ଭାରତୀୟ ବିକାଶ ପରିଷଦର ଛତ୍ରପୁର ବ୍ଲକ ସ୍ତରୀୟ କର୍ଯ୍ୟାଳୟ ସାନ ଆର୍ଯ୍ୟପାଲି ଉଦଘାଟନ
୭୩ ତମ ଜନ ରାଜ୍ୟ ଦିବସ / ସାଧାରଣ ତନ୍ତ୍ର ଦିବସ ରେ ଭାରତୀୟ ବିକାଶ ପରିଷଦର ଛତ୍ରପୁର ବ୍ଲକ ସ୍ତରୀୟ କର୍ଯ୍ୟାଳୟ ସାନ ଆର୍ଯ୍ୟପାଲି, ଗାନ୍ଧୀ ଛକ ନିକଟରେ ଶ୍ରୀ କିଶୋର ଚନ୍ଦ୍ର ପାତ୍ର ଉପ ସଭାପତି ବିକାଶ ପରିଷଦ ଙ୍କ କର କମଳରେ ରିବନ କାଟି ଉଦଘାଟନ କରି ଥିଲେ l ତତସହିତ ଏକ ସାଧାରଣ ସଭା ଶ୍ରୀ ଗୁରୁଦେବ ବେହେରା, ବିକାଶ ପରିଷଦର ଛତ୍ରପୁର ବ୍ଲକ ସଭାପତି, ଙ୍କ ସଭାପତିତ୍ୟାରେ ଅନୁଷ୍ଠିତ ହେଇଥିଲା lଉକ୍ତ ସାଧାରଣ ସଭାକୁ ଉଦବୋଧନ ଦେଇ ଶ୍ରୀ ସୁରେନ୍ଦ୍ର ପାଣିଗ୍ରାହୀ ସଭାପତି ବିକାଶ ପରିଷଦ ପ୍ରକାଶ କରିଥିଲେ ଯେ ଛତ୍ରପୁର ଠାରେ ଗଞ୍ଜାମ ଜିଲ୍ଲାର ଜିଲ୍ଲା କଲେକଟର, ଉପଜିଲ୍ଲାପାଳ ଇତ୍ୟାଦି ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ଓ ଅଧିକାରୀ କାର୍ଯ୍ୟ କରୁଥିଲେ ମଧ୍ୟ ଦୀପ ତଳ ଅନ୍ଧାର ପରି କେବଳ ୩ କିମି ଦୂରତାରେ ଅବସ୍ତିତ ଆର୍ଯ୍ୟପାଲି ଗ୍ରାମର ପ୍ରାୟ ୫୦୦ ପାଞ୍ଚ ଶହ ପରିବାରଙ୍କୁ ଗ୍ରାମକୋଣ୍ଟାକ ଯୋଜନାରେ ପଟା ପ୍ରଦାନ କରାଯାଇନାହିଁ କେବଳ କିଛି ଟାଉଟର, ଓ ବ୍ୟବସୟୀ ପରିବାରଙ୍କ ବ୍ୟତୀତ ଅନ୍ୟ ସମସ୍ତ ଗରିବ, ହରିଜନ, ଦିନମଜୁରିଆ ଙ୍କୁ ପଟା ଜାଣିଶୁଣି ତହସିଲଦାର ଓ ରାଜସ୍ବ ବିଭାଗ ଅଧିକାରୀ ମାନେ ଅବହେଳା କରିଆସୁଛନ୍ତି କାରଣ ଟାଉଟର ଓ ବ୍ୟବସାୟୀ ପରିବାର ହଜାର ହଜାର ଟଙ୍କା ଲାଞ୍ଚ ଦେଇ ପଟା ଅକ୍ତିଆର କରିଥୁବା ବେଳେ ଗୋରିବେଶ୍ରେଣୀର ବ୍ୟକ୍ତି ମାନେ ମୋଟା ଅଙ୍କର ଲାଞ୍ଚ ପ୍ରଦାନ କରିପାରୁନଥିବା ଯୋଗୁଁ ପଟା ଜିଲ୍ଲା ପ୍ରଶାସନ ଦେଉନାହାନ୍ତି l ଜିଲ୍ଲାପାଳଙ୍କୁ ଗୁହାରି କରିଥିଲେ ମଧ୍ୟ ଶୁଣୁନାହାନ୍ତି ତେଣୁ ଭାରତୀୟ ବିକାଶ ପରିଷଦ ଆନୁକୂଲ୍ୟରେ ଗରିବ ୫୦୦ ପରିବାରଙ୍କୁ ପଟା ପ୍ରଦାନ କରିବା ପାଇଆବଶ୍ୟକୀୟ ପ୍ରତିବାଦ, ଘେରାଓ କରି ପତପ୍ରଦାନ ପାଇଁ ସାହାଯ୍ୟ କରିବା ପ୍ରତିଶୃତି ଶ୍ରୀ ପାଣିଗ୍ରାହୀ ଦେଇଥିଲେ ଆବଶ୍ୟକୀୟ ସ୍ଥଳେ ଉଚ୍ଚ ନ୍ୟାୟାଳୟ ରେ ପିଟିସନ ଦାଖଲ କରି ମଧ୍ୟ ନ୍ୟାୟ ପ୍ରଦାନ କରିବା ପାଇଁ ପ୍ରତିଶୃତି ବଧ l
ଦ୍ୱତୀୟତଃ ଛତ୍ରପୁର ବ୍ଲକ ରେ ଜିଲ୍ଲାପାଳ କାର୍ଯ୍ୟାଳୟ ଉପସ୍ଥିତ ନୁହଁ ଏହି ଏରିଆ ଗଞ୍ଜାମ ଜିଲ୍ଲା ତଥା ଓଡ଼ିଶାର ଦ୍ୱତୀୟ ଇଣ୍ଡଷ୍ଟ୍ରି ବହୁଳ ଅଞ୍ଚଳ, ଯାହାକୁ ଓଡ଼ିଶାର ଆର୍ଥିକ ରାଜଧାନୀ କୁହାଯାଏ l ଛତ୍ରପୁର ବ୍ଲକ ଅଂଚଳରେ ଟାଟା ଆର୍ଥିକକୋରିଡର, ସରାଫ ଟିଟନିଉମ, ଭାରତୀୟ ବିରଳମୂର୍ତ୍ତିକା, ଅର୍ଜପାଲି ଠାରେ ପୋର୍ଟ, ଆଦିତ୍ୟ ବିର୍ଲା କେମିକାଲ, ଶତାଧିକ ଅତର ଫାକ୍ଟ୍ରି ଭଳି ବହୁ ଇଣ୍ଡଷ୍ଟ୍ରି ଅବସ୍ତିତ କିନ୍ତୁ ଏହି ସମସ୍ତ କମ୍ପାନୀରେ ସ୍ଥାନୀୟ ଅଂଚଳର ଶ୍ରମିକ ମାନଂକୁ ଚାକିରୀ ପ୍ରଦାନ କରାଯାଉ ନାହଁ ଯାହାଫଳରେ, ସ୍ଥାନୀୟ ଅଞ୍ଚଳର ଯୁବକ ମାନେ, ଚେନାଇ, ମୁମ୍ବାଇ, ସୁରଟ ଭଳି ଜାଗାକୁ ରୋଜଗାର ପାଇଁ ଯିବା ପାଇଁ ବାଧ୍ୟ୍ୟହେଉଛି l ଏହିବିଷୟରେ ଜିଲ୍ଲାପ୍ରଶାସନ ଓ ସମୃକ୍ତ ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ସମାଧାନ କରିବା ପାଇଁ ଅସଶ୍ୱାସନା ପ୍ରଦାନ କରିଥିଲେ l
ଅଂଚଳର ଶିକ୍ଷିତ ଓ କିଛି ସ୍ବେଛାସେବୀ ନାଜ୍ୟ ଦାବି କରିଥୁବାରୁ ସେମାନଙ୍କ ବିରୁଦ୍ଧରେ ମିଥ୍ୟା ମାକଡ଼ମା କରି ହଇରାଣ ହରକତ କରିଥିବା ମଧ୍ୟନାଜାରକୁ ଆସିଥୁବାରୁ ଏହିସମସ୍ତ କାର୍ଯ୍ୟରେ ପ୍ରତିବାଦ ଏବଂ ଅଂଚଳବାସୀ ସେବା ଦେବା ପାଇଁ ଆର୍ଯ୍ୟପାଲି ଠାରେ ଭାରତୀୟ ବିକାଶ ପରିଷଦର ବ୍ଲକ ସ୍ତରୀୟ କାର୍ଯ୍ୟାଳୟ ଖୋଲା ଯାଇଛି ସମସ୍ତ ଲୋକଙ୍କୁ ସୁଫଳ ଯୋଗାଇଦିଆଯିବ ଭୟବିଷ୍ୟତରେ କୌଣସି ମିଥ୍ୟା case ରୁଜୁ କରିବା ପାଇଁ ପ୍ରଶାସନ ସାହସ କରିବେ ନାହିଁ କାରଣ ଭାରତୀୟ ବିକାଶ ପରିଷଦ ଗରିବ ଲୋକଙ୍କ ସେବା ପାଇଁ ସଦାସର୍ବଦା ବଧ ପରୀକର ଅଟେ l
ଉକ୍ତ ସଭାରେ ଗ କଳାମା,ଖଲି ନାୟକ, m ଜଙ୍ଗମୟ, ଭୀମ ବେହେରା,m ଆରାମl, m ନରସିଂହ, ଭୀମସେନ ନାୟକ, ପରମାନନ୍ଦ ମହାରଣା, ଗ ମୌନାମା, ମୁରଲୀ ସାହୁ , ଦଣ୍ଡପାଣି ପ୍ରଧାନ, ଗୁରୁ ଚ ପାତ୍ର, ସୂର୍ଯ୍ୟ ନାରାୟଣ ବେହେରା,ଊ ଗୁଣବତୀ,ଊ କରୟl, ରବି ରାଉତ, ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ
ଛତ୍ରପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )