ଭିଜିଲାନ୍ସ ସପ୍ତାହ ଓ ଏକତା ଦିବସ ପାଳିତ
ଭାରତ ସରକାରଙ୍କ ଯୁବ ବ୍ୟାପାର ଓ ଖେଳ ମନ୍ତ୍ରଣାଳୟ ନେହେରୁ ଯୁବ କେନ୍ଦ୍ର , ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗ ତରଫରୁ ଭିଜିଲାନ୍ସ ସପ୍ତାହ ଓ ଏକତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ରାଲି ରେ ନେହେରୁ ଯୁବ କେନ୍ଦ୍ର ସ୍ବେଛାସେବୀ , ବିଭିନ୍ନ କ୍ଲବ୍ ସଦସ୍ୟ , ରେଡ କ୍ରସ ସ୍ବେଛାସେବୀ , ପୋଲିସ ଆଦି ସମସ୍ତେ ଦୁର୍ନୀତି ନିବାରଣ ଅଫିସ୍ ରୁ ବାହାରି ପଦଯାତ୍ରା ରେ ବାହାରି ଥିଲେ ଏହାକୁ ଡେପୁଟି ଜିଲ୍ଲାପାଳ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଏହା ଜିଲ୍ଲାପାଳ ଅଫିସ୍ ପର୍ଯ୍ୟନ୍ତ ଆସିଥିଲେ । ତାପରେ ବୈଠକ ସଭାକାର୍ଯ୍ୟ ହୋଇଥିଲା । ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଅଶ୍ଵିନୀ ମେହେର ଙ୍କ ସମେତ ଦୁର୍ନୀତି ନିବାରଣ ଅଧିକାରୀ , ରେଡ୍ କ୍ରସ୍ ସମ୍ପାଦକ ,ପୋଲିସ ASI ,ଡେପୁଟି କଲେକ୍ଟର , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, NYKS ଅଧିକାରୀ ପ୍ରମୁଖ ମଞ୍ଚାସିନ ଥିଲେ । ଦୁର୍ନୀତି ମୁକ୍ତ କାର୍ଯ୍ୟ କିପରି କରିବା ଓ ଭାରତ ରେ ଏକତା କେମିତିବଜାଇ ରହିବ ଅତିଥି ମାନେ ନିଜର ବକ୍ତବ୍ୟ ରେ କହିଥିଲେ । ତା ସହିତ oct 1ରୁ କ୍ଲିନ ଇଣ୍ଡିଆ ଡ୍ରାଇବ ଆରମ୍ଭ ହୋଇ 31 oct ରେ ଶେଷ ହେଇଥବାକୁ ଏହା ର ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିଲେ । ନେହେରୁ ଯୁବ କେନ୍ଦ୍ର ତରଫରୁ ପ୍ଲାଷ୍ଟିକ ମୁକ୍ତ କାର୍ଯ୍ୟକ୍ରମ ର ଅନ୍ତିମ ଦିନରେ ଯାହା ପ୍ଲାଷ୍ଟିକ ସଂଗ୍ରହ ହୋଇଥିଲା ତାହା ଅତିଥିଙ୍କୁ ଜଣାଇଥିଲେ । ଶେଷରେ ନେହେରୁ ଯୁବ କେନ୍ଦ୍ର ର ଅଶମାନ ମହାକୁଡ଼ ଧନ୍ୟବାଦ ଦେଇଥିଲେ
ଶେଷରେ ଦୁର୍ନୀତି ମୁକ୍ତ କାର୍ଯ୍ୟ କରିବାର ଶପଥ ପାଠ କରିବା ସହିତ ଜାତୀୟ ଏକତା ଦିବସ ପାଇଁ ଶପଥ ପାଠ ମଧ୍ୟ କରିଥିଲେ ।
ସୁବର୍ଣ୍ଣପୁର ଇପିଏରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )