ଭିନ୍ନକ୍ଷମ ଦମ୍ପତ୍ତିଙ୍କୁ ସରକାରୀ ସ୍ଥରରେ ପ୍ରତ୍ସାହନ ରାଶି ପ୍ରଦାନ

0 18

ରାୟଗଡ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସାମାଜିକ ଭିନ୍ନକ୍ଷମ ସଶକ୍ତିକରଣବିଭାଗ ତରଫରୁ ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଜିଲ୍ଲାର ଚାରିଜଣ ଭିନ୍ନକ୍ଷମ ଦମ୍ପତ୍ତିଙ୍କୁ ଟ.୨,୫୦,୦୦୦/-ଙ୍କା ହିସାବରେ ଆର୍ଥିକ ପ୍ରତ୍ସାହନ ରାଶି ପ୍ରଦାନ କରିଛନ୍ତି । ରାୟଗଡ ସହରର ରାଣୀଗୁଡା ଫର୍ମର ଶ୍ରୀମତୀ ଗୀତା ନାୟକ ଓ ସ୍ୱାମୀ ଶ୍ରୀ କେଦାରନାଥ ପାଢି, ସାନ ଚାନ୍ଦିଲି ଗ୍ରାମର ବିଶିକେଶନ ସୁନା ଓ ସ୍ତ୍ରୀ ରେଖା ସୁନା, ବିଜୟ ନଗର , କଲ୍ୟାଣସିଂହପୁରର ରୋହିତ କନ୍ଧ ଓ ସ୍ତ୍ରୀ ମିନତୀ କନ୍ଧ, ଏବଂ ରାୟଗଡ ସହରର ହରିଜନ ସାହିର ବଂଶୀଧର ବାଘ ଓ ସ୍ତ୍ରୀ ରଶ୍ମିତା ବାଘଙ୍କୁ ତା:୩୦/୧୦/୨୧ ରିଖରେ ଏହି ରାଶି ପ୍ରଦାନ କରାଯାଇଥଲା । ପ୍ରକାଶ ଥାଉକି ଉକ୍ତ ରାଶି ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ବ୍ୟାଙ୍କରେ ଜମାହୋଇ ରହିବ ଓ ତାର ସୁଦ୍ଧ ଉପରୋକ୍ତ ବ୍ୟକ୍ତି ବ୍ୟବହାର କରି ପାରିବେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଭିକ୍ଟୋରିଆ କୁଲୁ ପ୍ରମୁଖ ଉପସ୍ଥିତ ଥିଲେ ।

ରାୟଗଡା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.