ଭି. ସୁଜ୍ଞାନ କୁମାରୀ ଦେଓ ଙ୍କ ୮୪ ତମ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ ରକ୍ତଦାନ ଶିବିର
କବିସୂର୍ଯ୍ୟନଗର ବ୍ଲକ ଆଠଗଡ ପାଟଣା ଗୋପାଳ ସମାଜ କୋଠ ଘରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପିତାମ୍ବର ସେଠୀ ଙ୍କ ନେତୃତ୍ୱ ରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓ ଙ୍କ ୮୪ତମ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ ରକ୍ତଦାନ ଶିବିର କୁ ବ୍ଲକ ଯୁବ ବିଜେଡି ସଭାପତି ବ୍ରଜସୁନ୍ଦର ମଳିକ ଉଦଘାଟନ କରିଥିବା ବେଳେ ବେଗୁନିଆପଡା
ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ସେଠୀ,ବିଜେଡି ସମ୍ପାଦକ ଶରତ ପାଣ୍ଡୀ,ଆସିକା ସାଂସଦ ପ୍ରତିନିଧି ଦିନେଶ ମହାରଣା, ବେଗୁନିଆପଡା ବ୍ଲକ shg ସଭାପତି ଛୟା ବେହେରା, ପିଙ୍କି ରାଉତ,ପୂର୍ବତନ ଉପାଧ୍ୟକ୍ଷ ଦିଲପ ପ୍ରଧାନ,କବିସୂର୍ଯ୍ୟନଗର ବ୍ଲକ ଯୁବ ସମ୍ପାଦକ ରଞ୍ଜନ ପ୍ରଧାନ , ସୀତାରାମ ପାଣିଗ୍ରାହୀ, ଟି.ପ୍ରଭାକର ପ୍ରଧାନ, ସୁରଜ ରେଡି, ଲକ୍ଷ୍ମୀ ନାରାୟଣ ପାଇକରାୟ, ଙ୍କ ସମେତ ସୁଜ୍ଞାନଦେଓ ଙ୍କ ବହୁ ଦୃଢ ସମର୍ଥକ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l ବ୍ରହ୍ମପୁର ରକ୍ତଭଣ୍ଡାର କର୍ମଚାରୀ ଙ୍କ ଦ୍ୱାରା ରକ୍ତ ସଂଗ୍ରହ କରିଥିବା ବେଳେ ଆୟୋଜକ ଶ୍ରୀ ସେଠୀ ଙ୍କୁ ରକ୍ତ ଭଣ୍ଡାର ତରଫରୁ ନବବର୍ଷ ର ଶୁଭେଚ୍ଛା ପୁରସ୍କାର ପ୍ରଦାନ କରିଥିଲେ l
କବିସୂର୍ଯ୍ୟନଗର ଆଠଗଡ଼ ଇପିଏ ରୁ ମଜୀଦ ଖାଁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )