ମଧ୍ୟାହ୍ନ ସମୟରେ ଦୃବୃର୍ତ୍ତଙ୍କ ବୋମା ମାଡ଼

0 7

ବଡବିଲ : କେନ୍ଦୁଝର ଜିଲା ବଡ଼ବିଲ ମେନ୍ ରୋଡରେ ଥିବା ଓଡ଼ିଶା ହାର୍ଡୱେର ଷ୍ଟୋର ଉପରକୁ ମଧ୍ୟାହ୍ନ ସମୟରେ କେହି ଦୃବୃର୍ତ୍ତ ବୋମା ମାଡ଼କରି ଫେରାର୍ ହୋଇଯାଇଛି । ଏହି ବୋମା ମାଡ଼ ବେଳେ ଦୋକାନ ମାଲିକ ଓ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୋକାନର ମଧ୍ୟ କୌଣସି କ୍ଷୟ କ୍ଷତି ହୋଇନାହିଁ । ସୂଚନା ପାଇ ବଡ଼ବିଲ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ବୋମା ଫୁଟିବା ସମୟର ଦୃଶ୍ୟ ଦୋକାନରେ ଲାଗିଥିବା ସିସିଟିଭିରେ ରେକର୍ଡ ହୋଇଥିବା ବେଳେ, କିଏ ଏହି ବୋମା ମାଡ଼ କରିଛି ତାହା ଜଣାପଡିନାହିଁ । ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରି ଦୃବୃର୍ତ୍ତଙ୍କ ପତ୍ତା ଲଗାଇବାକୁ ଚେଷ୍ଟା ଚଳାଇଛି ପୋଲିସ ।

ବଡ଼ବିଲ ଇପିଏ ରୁ ସିତାରାମ ଦିକ୍ଷୀତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.