ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ହାତ୍ଯାକାଣ୍ଡରେ ସଂପୃକ୍ତ ଥିବା ପୁଲିସ ନିକଟରେ କିଛି ପ୍ରମାଣ ନାହିଁ

0 18

ବଲାଙ୍ଗୀର: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସ୍ୱାକ୍ଷର ପରୀକ୍ଷା ଆବେଦନ ଶୁଣାଣି ତାରିଖ ଘୁଞ୍ଚିଥିବା ଜଣାଯାଇଛି। ଗତକାଲି ପୁଲିସ ପକ୍ଷରୁ ଗୋବିନ୍ଦ ସାହୁର ଦସ୍ତଖତ ପରୀକ୍ଷା ଲାଗି ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ଆବେଦନ କରାଯାଇଥିଲା ଏହାର ଶୁଣାଣି ପାଇଁ ଜେଏମଏଫସି କୋର୍ଟ ୨୪ ତାରିଖକୁ ଧାର୍ଯ୍ୟ କରିଛନ୍ତି।ମମିତା ମେହେର ହତ୍ୟାକାଣ୍ଡରେ ପୁଲିସ ହାତରେ ଲାଗିଥିବା ପ୍ରମାଣର ତାଲିକା ସାମ୍ନାକୁ ଆସିଛି। ତାଲିକାରୁ ସ୍ପଷ୍ଟ ଜଣାପଡୁଛି ଅଭିଯୁକ୍ତମାନେ ଖସିବାର ସବୁ ବାଟ ଖୋଲା ରହିଛି। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ବ୍ୟବହାର କରିଥିବା କାର୍‌ ପୁଲିସ ଜବତ କରିଥିଲା। ସେଥିରୁ କିଛି ସାମଗ୍ରୀ ଜବତ ହୋଇଥିଲା। ଏପରିକି ମହାଲିଙ୍ଗ ମିନିଷ୍ଟାଡିୟମରୁ ପୁଲିସ ସାଇଣ୍ଟିଫିକ ଟିମ୍‌ ବିଭିନ୍ନ ସାମଗ୍ରୀ ଜବତ କରିଥିଲା। ପ୍ରାୟ ୭୦ଟି ଆଇଟମ୍‌ ଫରେନସିକ ଲାବ୍‌କୁ ପଠାଯାଇଛି। ସେଥିରେ କିନ୍ତୁ ମାମଲାର ମୁଖ୍ୟ ରହସ୍ୟ ଥିବା କୁହାଯାଉଥିବା ମୋବାଇଲ୍‌ ଫୋନ୍‌ ସଂପର୍କିତ କିଛି ତଥ୍ୟ ନାହିଁ। ଡିଆଇଜି ଶେଷ ସାମ୍ବାଦିକ ସମ୍ମିଳନୀରେ ମମିତା ମୋବାଇଲ୍‌କୁ ନେଇ ଯାହା କିଛି କହିଥିଲେ (ପୋଡ଼ା ପ୍ଲାଷ୍ଟିକ ମେଟେରିଆଲ୍ସ) ତାହା କେସ୍‌ ରେକର୍ଡର ଜବତ ତାଲିକାରେ ନଥିବା ଜଣାପଡ଼ିଛି। ଅନ୍ୟପଟେ ସିଧାସଳଖ କୌଣସି ପ୍ରମାଣ ପୁଲିସ ପାଖରେ ନାହିଁ। ଏଣୁ ପ୍ରମାଣ ଯୋଗାଡ଼ ଲାଗି ପୁଲିସ ଗୋବିନ୍ଦ ସାହୁର ସ୍ୱାକ୍ଷର ପରୀକ୍ଷା କରିବାକୁ ଚାହୁଁଥିବା କୁହାଯାଉଛି।
ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନସାଇନ୍‌ ପବ୍ଲିକ ସ୍କୁଲର ମାଲିକ ଗୋବିନ୍ଦ ସାହୁକୁ ବଲାଙ୍ଗୀର ପୁଲିସ ବଙ୍ଗୋମୁଣ୍ଡା ବ୍ଲକ ବୁଢ଼ିପଦରରୁ ଗିରଫ କରିଥିଲା। ଗିରଫ ସମୟରେ ଗୋବିନ୍ଦ ନିଜର ସାନଭଉଣୀ ଘରେ ଲୁଚିଥିଲା। ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ବ୍ୟବହାର କରିଥିବା ଜେସିବି ଓ ସ୍କୁଟି ଜବତ ହୋଇଥିଲା। ଏହାଛଡ଼ା ଅଭିଯୁକ୍ତ ଗୋବିନ୍ଦ ସାହୁର ପରିବାର ଲୋକଙ୍କୁ ମଧ୍ୟ ପୁଲିସ ଜେରା କରିଥିଲା। ହତ୍ୟାକାଣ୍ଡରେ ଆଉ କାହାର ସମ୍ପୃକ୍ତି ଅଛି ସେ ନେଇ ପୁଲିସ ତଦନ୍ତ ଜାରି ରଖିଥିଲା।

ଇପିଏ ରୁ ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.