ମରୁଡି ର ସ୍ଥାୟୀ ପ୍ରତିକାର ଦାବି ରେ ପାଇକମାଳ ତହସିଲ ଘେରାଉ
ଭାରତ ସ୍ୱାଧୀନତା ର ୭୫ ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ କୃଷିକ୍ଷେତ୍ରରେ ସମ୍ପୁର୍ଣ୍ଣ ଭାବେ ପରର ଅଧିକ ରେ ଥିବା ମନେହୁଏ lଓଡିଶା ରେ ଆଜି ସୁଦ୍ଧା ୭୦ ରୁ ୮୦ ଭାଗ ଜମି ଅଣସେଚିତ ହୋଇପଡ଼ିଛି lଇନ୍ଦ୍ରଦେବ ଙ୍କ ଆଶ୍ରିର୍ବାଦ ହେଲେ ଚାଷ ହେବ ନ ହେଲେ ନାହିଁ lବିଗତ ୯ ବର୍ଷ ମଧ୍ୟରେ ନଅ ନଅ ଝର ମରୁଡ଼ି କବଳ ରେ ଚାଷୀ ଜୁଝି ହୋଇ ସାବାସତ୍ୱେ ନିରଙ୍କୁଶ ଭାବେ ରାଜ୍ୟ ସରକାର ପ୍ରଚାର ବ୍ୟତୀତ କୈାଣସି କାମ ଆଖିଦୃଶିଆ ଆଜି ପର୍ଯ୍ୟନ୍ତ କରିନାହାନ୍ତି lସରକାର ଙ୍କ ନିର୍ବାଚନୀ ଇସ୍ତାହାରରେ ୨୦୦୧ ଓ ୨୦୦୪ ରେ ୩୫ ପ୍ରତିଶତ ରାଜ୍ୟ ର ପ୍ରତ୍ୟେକ ବ୍ଳକରେ ଜଳସେଚିତ କରିବାର ପ୍ରତିଶ୍ରୁତି,୨୦୦୭ ମସିହାର ବଜେଟ ୨୦୦୯ ରେ ୧୦ ଲକ୍ଷ ହେକ୍ଟର ଜମିରେ ଜଳସେଚନ ଏବଂ ୨୦୧୫ ରୁ ବିଜୁ କୃଷକ କଲ୍ୟାଣ ଯୋଜନା ସମ୍ପୁର୍ଣ୍ଣ ଭାବେ ଫେଲ ମାରିଥିବା ଚଳିତ ବର୍ଷ ର ନିଅଣ୍ଟିଆ ବର୍ଷା ରୁ ପ୍ରମାଣିତ ହୁଏ lକେନ୍ଦ୍ର ସରକାର ଙ୍କ ମୋ ପୋଖରୀ ଓ ସିଂଚାଇ ଯୋଜନା ମଧ୍ୟ କାମରେ ଲାଗି ପାରିଲା ନାହିଁ lବରଗଡ ଜିଲ୍ଲା ସମଗ୍ର ଓଡ଼ିଶାର ଭାତ ହାଣ୍ଡିଭାବେ ପରିଚୟ ଲାଭ କରିଥିଲେ ମଧ୍ୟ ଉପଖଣ୍ଡ ପଦ୍ମପୁର ଅଧିନସ୍ଥ ପାଇକମାଳ ବ୍ଳକ ଜଳସେଚନ ଓ ବିଦ୍ୟୁତ ସମସ୍ୟା କୁ ପଚାରେ କିଏ? ଚଳିତ ବର୍ଷ ପାଣିପାଗ ବିଭାଗ ପକ୍ଷରୁ ଠିକ୍ ସମୟରେ ମୈାସୁମୀ ର ଆଗମନ ଓ ବର୍ଷା ହେବବୋଲି ପ୍ରଚାର କରିଥିଲେ ହେଲେ ସେଇ ପାଣିପାଗ ବିଭାଗ ଏବେ ଓଡ଼ିଶାର ୨୭ ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସାଙ୍ଗକୁ ଉତ୍କଟ ମରୁଡ଼ି ପରିସ୍ଥିତି ଆକଳନ କରିଛି lବରଗଡ ଜିଲ୍ଲା ର ୧୨ ଟି ବ୍ଳକ ମଧ୍ୟରୁ ୮ ଟି ବ୍ଳକ ଅଣଜଳସେଚିତ lତନ୍ମଧ୍ୟରୁ ପାଇକମାଳ ବ୍ଳକର ୮୦ % ଜମି ଅଣଜଳସେଚିତ ଅଟେ lପାଇକମାଲ ବ୍ଳକରେ ଅଙ୍ଗନଦୀ ଓ ଅନେକ ଗୁଡ଼ିଏ ଚିରସ୍ରୋତା ଝରଣା ପ୍ରବାହିତ ହେଉଥିଲେ ମଧ୍ୟ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଅଭାବ ପାଇଁ ଆଜି ଚାଷୀ ର ମେରୁଦଣ୍ଡ ନଇଁ ସାରିଲାଣି lଉଠାଜଳସେଚନ ଓ ଗଭୀର ନଳକୂପ ଗୁଡ଼ିକରେ ବିଦ୍ୟୁତ ବିଭାଗର ଲୁଚକାଳି ଖେଳ ବାରମ୍ବାର ବିଦ୍ୟୁତ କାଟ,ଲୋ ଭୋଲଟେଜ ସମସ୍ୟା ଓ ଚଢ଼ା ଦର ର ବିଦ୍ୟୁତ ଦେୟ ଏକ ମୁଖ୍ୟ ପ୍ରସଙ୍ଗ lଏ ଗୁଡିକର ସମସ୍ୟା ର ସମାଧାନ ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ଯେତେ ଗୁହାରୀ କଲେ ମଧ୍ୟ କୈାଣସି ସମସ୍ୟା ର ସମାଧାନ ହୋଇପାରୁନି lଚଳିତ ବର୍ଷ ଉତ୍କଟ ମରୁଡ଼ି ନେଇ ରାଜନୈତିକ ଇଚ୍ଛାଶକ୍ତି, ଉଦାସୀନ ଏବଂ ପ୍ରଶାସନ ଦାୟୀ କହିଲେ ଅତ୍ୟୁକ୍ତି ହେବ ନାହିଁ lଏ ପରିପ୍ରେକ୍ଷୀରେ ରାଜ୍ୟସରକାର ଙ୍କ କୁମ୍ଭକର୍ଣ୍ଣ ନିଦ୍ରା କୁ ଭଙ୍ଗ କରିବାପାଇଁ “ରାଜ ବୋଡାସମ୍ବର କୃଷକ ସଂଗଠନ” ପକ୍ଷରୁ ଆସନ୍ତା ତା ୨୪.୦୯.୨୦୨୧ରିଖ ଶୁକ୍ରବାର ଦିନ ୧୦ ଘଟିକା ସମୟରେ ପାଇକମାଳ ବ୍ଳକ କାର୍ଯ୍ୟାଳୟ ପରିସର ଠାରୁ ହଜାର ସଂଖ୍ୟାରେ ଚାଷୀ ବୃନ୍ଦ ଏକତ୍ରିତ ହୋଇ ଏକ ଶୋଭାଯାତ୍ରା ପାଇକମାଳ ସହର ଅଭିମୁଖେ ଯାତ୍ରା କରି ତହସିଲ କାର୍ଯ୍ୟାଳୟ କୁ ଯାଇ ୯ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯିବ ବୋଲି ଏକ ପ୍ରେସ ବିବୃତିରେ ରାଜ ବୋଡାସମ୍ବର କୃଷକ ସଂଗଠନ, ପାଇକମାଳ ବ୍ଳକ ର କାର୍ଯ୍ୟକର୍ତ୍ତା ସର୍ବଶ୍ରୀ ବିଶ୍ୱନାଥ ରଣା, ରାହାସ ବିହାରି ସାହୁ, ବାଳକୃଷ୍ଣ ବନଛୋର, ବିପିନ ବିହାରୀ ଠାକୁର, ମୁକ୍ତେଶ୍ଵର ପଟେଲ,ଦହିତ ସାହୁ, ଦିଲ୍ଲିପ ପ୍ରଧାନ,ପିତାମ୍ବର ସାହୁ,ସଫେତ ବାରିକ,ପୁଷ୍କର ବରିହା, କୁଳମଣି ବାରିକ ପ୍ରମୁଖ ଜଣାଇଛନ୍ତି l
ବରଗଡ ଜିଲ୍ଲା ପଦ୍ମପୁର ଇପିଏରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )