ସରକାରୀ ବିଦ୍ୟାଳୟ ମାନଙ୍କର ଚେହେରା ବଦଳୁଛି l ରୂପାନ୍ତିକାରଣ ଯୋଜନାରେ ସରକାରୀ ବିଦ୍ୟାଳୟ ଗୁଡିକୁ ଚକlଚକ କରାଯାଇ ଝଲସାଉ ଥିଲେ ମଧ୍ୟ ପାଠ ପଢାଇବାକୁ ଶିକ୍ଷକ ନାହାଁନ୍ତି l ଓଡଗାଁ ବ୍ଲକର କୁରାଳ ନୋଡାଲ ଉଚ୍ଚ ବିଦ୍ୟାଳୟକୁ ୧୬ ନଭେମ୍ବର ମଙ୍ଗଳବାର ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ମାର୍ଟ ବିଦ୍ୟାଳୟ ମାନ୍ୟତl ଦେଇ ଲୋକାର୍ପଣ କରିବେ l ଏଥିପାଇଁ ପ୍ରାୟ ଦେଢ଼କୋଟି ଟଙ୍କା ବ୍ୟୟରେ କୁରାଳ ହାଇସ୍କୁଲ ଚାକଚକ୍ୟ ଭାବେ ନବକଳେବର ହୋଇଛି l
ଏଠାରେ ପ୍ରଶ୍ନ ହେଉଛି ଦିଅଁ ନଥାଇ ମନ୍ଦିର ଶୂନ୍ୟ ନ୍ୟାୟରେ ସ୍ମାର୍ଟ କୋଠା ପାଇଁ କୁରାଳ ନୋଡାଲ ହାଇସ୍କୁଲକୁ ସ୍ମାର୍ଟ ସ୍କୁଲ ଭାବେ ଲୋକାର୍ପଣ କରାଯାଉଛି ନା ଉନ୍ନତ ପାଠପଢ଼ା ପାଇଁ ଏହି ଉଚ୍ଚ ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲ କୁହାଯିବା ଯଥାର୍ଥ ତାହା ଜିଲ୍ଲା ଶିକ୍ଷା ଅଧିକାରୀ ସ୍ପଷ୍ଟ କରନ୍ତୁ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଦାବୀ କରିଛନ୍ତି l
କୁରାଳ ସ୍ମାର୍ଟ ହାଇସ୍କୁଲରେ ଦୀର୍ଘବର୍ଷ ଧରି ସ୍ଥାୟୀ ପ୍ରଧାନଶିକ୍ଷକ ନାହାଁନ୍ତି, ଗଣିତ, ଇଂରାଜୀ, ବିଜ୍ଞାନ, ଖେଳ ଶିକ୍ଷକ ପଦବୀ ଖାଲି, ଆବଶ୍ୟକୀୟ ପିଅନ, ସୁଇପର ନାହାଁନ୍ତି, ଉପର ଚିକ୍କଣ ଭିତର ଫମ୍ପା ହୋଇ ଶିକ୍ଷକ ଅଭାବ ଯୋଗୁଁ ଗୁଣାତ୍ମକ ଶିକ୍ଷା ବ୍ୟାହତ ହେବାସହ ପ୍ରମୁଖ ବିଷୟରେ ଶିକ୍ଷକ ପଦବୀ ଖାଲିପଡି ଉପଯୁକ୍ତ ଶିକ୍ଷାଦାନ ବାଧାପ୍ରାପ୍ତ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଅଭାବ ଥିବା ଏହି ପୁରାତନ ସ୍କୁଲକୁ ଆମ ବିଧାୟକ ତଥା ରାଜ୍ୟ ଉଚ୍ଚ ଶିକ୍ଷମନ୍ତ୍ରୀ କେଉଁ ଆଧାରରେ କୁରାଳ ନୋଡାଲ ହାଇସ୍କୁଲକୁ ସ୍ମାର୍ଟସ୍କୁଲ କହୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏ ସମ୍ପର୍କରେ ଅନ୍ଧାରରେ ରଖଯାଇ ଉଦଘାଟନ କରାଯିବା ଉପରେ ପ୍ରଶ୍ନ ଉଠାଇଛନ୍ତି ଜିଲ୍ଲା କଂଗ୍ରେସ ସଭାପତି l
ଏକାଧିକ ଶିକ୍ଷକ ପଦବୀ ଖାଲି ପଡିଲେ ଛାତ୍ରଛାତ୍ରୀ କେବଳ ଅତ୍ୟାଧୁନିକ ବ୍ୟବସ୍ଥାକୁ ଦେଖି କିପରି ପାଠ ପଢିବେ ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ l ସ୍ମାର୍ଟସ୍କୁଲ ଲୋକାର୍ପଣ ପୂର୍ବରୁ ସ୍କୁଲରେ ପାଠ ପଢ଼ୁଥିବା ପ୍ରାୟ ୩୦୦ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ଶିକ୍ଷାଦାନ ପାଇଁ ଖାଲି ପଡିଥିବା ପ୍ରଧାନଶିକ୍ଷକ ଏବଂ ପ୍ରମୁଖ ବିଷୟର ଶିକ୍ଷକ ନିଯୁକ୍ତି ଉପରେ ଜିଲ୍ଲାକଂଗ୍ରେସ ଗୁରୁତ୍ୱଆରୋପ କରିଛି ଏବଂ କୁରାଳ ବାସୀ ଅଭିଭାବକଙ୍କୁ ଭୁଆଁ ବୁଲାଇବା ପାଇଁ ଏହି ଲୋକଦେଖାଣିଆ ସ୍ମାର୍ଟସ୍କୁଲ ଲୋକାର୍ପଣ ଉତ୍ସବକୁ ବିଜେଡିର ଭୋଟ ରାଜନୀତି ବୋଲି ଶ୍ରୀ ଦାଶ କହିଛନ୍ତି l
ଏହି ମର୍ମରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି ନୟାଗଡ କଂଗ୍ରେସ
ସମ୍ମାନ ସହ
ରଣପୁର ରୁ ବାଳକୃଷ୍ଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )