ସୁବର୍ଣ୍ଣପୁର : ବୀରମହାରାଜପୁର ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟି ର ସମୀକ୍ଷା ବୈଠକ ମାନ୍ୟବର ମନ୍ତ୍ରୀ,ବାଣିଜ୍ୟ ପରିବହନ ଓ ଯୋଜନା ସଂଯୋଜନ ବିଭାଗ ତଥା ବୀରମହାରାଜପୁର ବିଧାୟକ , ଶ୍ରୀଯୁକ୍ତ ପଦ୍ମନାଭ ବେହେରା ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛିl ଏହି ବୈଠକରେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୀରମହାରାଜପୁର , ଉଲୁଣ୍ଡା , ବିନିକl( ଆଂଶିକ) ସହ ବିନିକା ଏନ ଏ ସି, ଅଞ୍ଚଳରେ ବିଭିନ୍ନ ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନମଙ୍ଗଳ ଏବଂ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା l କମିଟିର ଆବାହକ ତଥା ଅତିରିକ୍ତ ଜିଲ୍ଲାପାଳ,ସୁବର୍ଣ୍ଣପୁର, ଶ୍ରୀ ସୂର୍ଯ୍ୟନାରାୟଣ ଦାଶ ସମସ୍ତଙ୍କୁ ସ୍ଵାଗତ କରି ବୈଠକର ଆଭିମୁଖ୍ୟ ସମ୍ବନ୍ଧରେ ଅବଗତ କରାଇଥିଲେ l ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ବେହେରା ବିଭିନ୍ନ ବିଭାଗରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରି ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଅନୁଦାନ ରାଶିର ଉପଯୋଗ କରି ପ୍ରକଳ୍ପ ଗୁଡିକର ସମାପନ ସହ ବିନିଯୋଗ ପ୍ରମାଣପତ୍ର ପ୍ରଦାନ କୁ ଗୁରୁତ୍ୱାରୋପ ଦେବା ପାଇଁ ଯତ୍ନଶୀଳ ହେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ, ପୁନଶ୍ଚ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଗୁଡିକୁ ଜନସାଧାରଣ ଙ୍କ ନିକଟରେ ସୁବ୍ୟବସ୍ଥିତ ଭାବେ ଉପଲବ୍ଧ କରାଇବା ପାଇଁ ଜିଲ୍ଲାର ପ୍ରତ୍ୟେକ କାର୍ଯ୍ୟନିର୍ବାହୀ ବିଭାଗର ଅଧିକାରୀ ପ୍ରକଳ୍ପ ଗୁଡିକର ଶତପ୍ରତିଶତ ସଫଳତା ନିମନ୍ତେ ପରସ୍ପର ସହ ଯୋଗାଯୋଗ କରି ଦାୟିତ୍ୱସହିତ କାର୍ଯ୍ୟକ୍ରମ କରିବାକୁପରାମର୍ଶ କରିଛନ୍ତି l ଯାହା ଦ୍ୱାରା ଜନସାଧାରଣ ପ୍ରକଳ୍ପ କାର୍ଯ୍ୟକାରିତାର ସୁଫଳ ପାଇପାରିବେ l ଗ୍ରାମ୍ୟlଞ୍ଚଳ ଗୁଡିକରେ ପିଇବା ପାଣି ଯୋଗାଣ ନିମନ୍ତେ ଆର ଡବ୍ଲୁ ଏସ ଏସ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଛନ୍ତି l ନୂତନ ଉଠା ଜଳସେଚନ ପ୍ରକଳ୍ପ ଗୁଡିକର ଶୀଘ୍ର କାର୍ଯ୍ୟଶେଷ କରିବା ତଥା ଅଚଳ ପ୍ରକଳ୍ପ ଗୁଡିକ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକ୍ଷମ କରିବା ପାଇଁ ସେ ନିର୍ଦ୍ଦେଶ ଦେବା ସହ ବୈଠକରେ ବିଦ୍ୟୁତ, ଶିକ୍ଷା ,ସ୍ୱାସ୍ଥ୍ୟ , କୃଷି, ଜଳସେଚନ, ଗମନାଗମନ, ସାମାଜିକ ସୁରକ୍ଷା, କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁପାଳନ, ଜଳ ଛାୟା ପ୍ରକଳ୍ପ ବିଭାଗ,ଜଙ୍ଗଲ ବିଭାଗର କାର୍ଯ୍ୟକାରିତା,ଗ୍ରାମ୍ୟ ଉନ୍ନୟନସଂସ୍ଥା ତରଫରୁ କାର୍ଯ୍ୟକାରୀ ବିଭିନ୍ନ ଯୋଜନା, ନିର୍ମାଣ ଶ୍ରମିକ ଯୋଜନାର କାର୍ଯ୍ୟକାରିତା, ବର୍ତ୍ତମାନ ଜିଲ୍ଳାରେ ଚାଲିଥିବା ଧାନ କିଣା ବିକା କୁ ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ ଭାବେ ନିର୍ବାହ କରିବା ସହ ଚାଷୀଙ୍କ ଟୋକନ ଯେପରି ଲେପ୍ସ ନ ହେବ ସେଥିପ୍ରତି ଆବଶ୍ୟକ ଯତ୍ନବାନ ହେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ତତ ସହିତ ଅନ୍ୟାନ୍ୟ ବିଭାଗର କାର୍ଯାବଳି ତଥା ଅଗ୍ରଗତି ର ସମୀକ୍ଷା କରାଯାଇଥିଲା l ଏହି ବୈଠକରେ ପ୍ରକଳ୍ପ ନିର୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା,ସୁବର୍ଣ୍ଣପୁର ଶ୍ରୀ ଡୋଳାମଣି ପଟେଲ, ବୀରମହାରାଜପୁର,ଉପଜିଲ୍ଲାପାଳ ଶ୍ରୀ ଅଶୋକ ଭୋଇ,ଯୁଗ୍ମ ନିର୍ଦେଶକ ଯୋଜନା ଓ ପରିସଂଖ୍ୟନ ଶ୍ରୀ ସୁକାନ୍ତ କୁମାର ଜେନା, ବିଭିନ୍ନ ବିଭାଗର ପଦାଧିକାରୀ, ବ୍ଲକ ଅଧ୍ୟକ୍ଷ୍ୟ ଅଧ୍ୟକ୍ଷl, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )