ପରମ୍ପରା ଅନୁଯାୟୀ ପବିତ୍ର ସୁନିଆରୁ ଆରମ୍ଭ ହୋଇଥାଏ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ଙ୍କ ଶାରଦୀୟ ପୁଜାର ଶୁଭାରମ୍ଭ । ମାଙ୍କ ରଥ ନିର୍ମାଣ ପାଇଁ କାଷ୍ଠ ସଂଗ୍ରହ ତଥା ବିଲ୍ୱ ବରୁଣ ପୁଜା ଲାଗି ବନଜାଗ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିଲାଗି ନବାଙ୍କ ପୁଜା କରାଯାଈ ସାରଣୀ ଲେଖା ସହ ସହ ଷୋଡଶ ଉପଚାର ଲାଗି ନିୟୋଜିତ ସେବାୟତ ମାନଙ୍କୁ ବରଣୀ କରାଯାଇଛି ।
ସଂଧ୍ୟାରେ ବଳି ମଣ୍ଡପ ରେ ବିଧି ମୂତାବକ ସାବିତ୍ରୀ ଓ ସରସ୍ୱତୀ ଆହ୍ୱାନରେ ପୁଜା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ପୂଜା ପରେ ଦେବୀ ଙ୍କ ସିଁହଧ୍ୱଜ ରଥ ନିର୍ମାଣ ଲାଗି ଚିହ୍ନଟ ବେଲ ଗଛ କଟା ଯିବାର ପରମ୍ପରା ରହିଛି । ଚଳିତ ବର୍ଷ ପାରମ୍ପରିକ ରୀତି ନୀତି ଅନୁଯାୟୀ ଶିରିଆପୁର ଗ୍ରାମର ବିଶ୍ୱନାଥ ମିଶ୍ରଙ୍କ ବାଡିରେ ଥିବା ଅଫଳନ୍ତି ଓ ଅକ୍ଷୂର୍ଣ୍ଣ ବେଲ ଗଛକୁ ପୂଜା କରାଯାଇ ସ୍ୱର୍ଣ୍ଣ ଛେଦନ କରାଯାଇଛି । ପୂଜା ହୋଇଥିବା ଡାଳ ଆଣିବା ପରେ ମା’ଙ୍କ ରଥ ନିର୍ମାଣ କାର୍ଯ୍ୟ ଆଜିଠାରୁ ଆରମ୍ଭ ହେବାର ବିଧି ରହିଛି ବୋଲି ମୁଖ୍ୟ ସେବାୟତ କହିଛନ୍ତି । ମନ୍ଦିର ଟ୍ରଷ୍ଟ ପକ୍ଷରୁ ସାମସ୍ତ କାର୍ଯ୍ୟରେ ସୁବନ୍ଦୋବସ୍ତ କରାଯାଇଛି । ସରକାରଙ୍କ କୋଭିଡ-୧୯ ନିୟମାନୁସାରେ ସମସ୍ତ ସେବାୟତ ସାସ୍କ ପରିଧାନ କରି ସମସ୍ତ କାର୍ଯ୍ୟ ସମାପନ କରିଥିଲେ l
ଯାଜପୁର ଇପିଏ ରୁ ସୀତାଂଶୁ ଶେଖରଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )