ମିଶନ ରାଣୀଙ୍କ ପବିତ୍ର ପର୍ବ

0 11

ମିଶନ ରାଣୀଙ୍କ ପବିତ୍ର ପର୍ବ ଉପଲକ୍ଷେ, ନବାହ ଉପାସନାର ନବମ ଦିନର ନବୀନା ପୂଜା ରୀତି, ଅତି ନିରାଡ଼ମ୍ବର ରେ ପାଳନ କରାଯାଉଛି। ପବିତ୍ର କ୍ରିୟାର ଦିବ୍ୟ ଯଜ୍ଞରେ ମୁଖ୍ୟ ପୁରୋହିତ ଭାବେ ମାନନୀୟ ଯାଜକ ଦକ୍ଷିଣ ଭାରତର ପ୍ରୋଭିସିଆଲ ଇଂ ଚାର୍ଜ ଜୋଶ ରାଇ ପରାମ୍ବିଳ ଦିବ୍ୟ ଯଜ୍ଞ ଉତ୍ସର୍ଗ କରିଥିଲେ ଏବଂ ବ୍ରହ୍ମପୁର ମିଶନ ରାଣୀ ମହାଦେବାଳୟର ମୁଖ୍ୟ ଯାଜକ ସଞ୍ଜୀବ କୁମାର ନାୟକ, ସହକାରୀ ଯାଜକ ପ୍ରଭୁଦାସ ,ଯାଜକ ସୁଶାନ୍ତ ଦିଗାଲ,ବସନ୍ତ ଦିଗାଲ,ଯାଜକ ବିମଳ, ଯାଜକ ଆଶିଷ, ଯାଜକ ଅଗସ୍ଥିନ, ଯାଜକ ବର୍ଗିଶ, ନଜକ ପ୍ରଭାଶ, ଯାଜକ ଫେରଣନ୍ଦଓ ଯାଜକ ଅମୀର ନାୟକ ଦିବ୍ୟ ଯଜ୍ଞରେ ଯୋଗ ଦେଇ, କୁମାରୀ ମାରିଆଙ୍କ ଭକ୍ତଭକ୍ତାଙ୍କ ସହ, ମଣ୍ଡଳୀ ତଥା ଦେଶ ଏବଂ ଏହି ମହାମାରୀ ରେ ମୃତ୍ୟୁ ବରଣ କରିଥିବା ବିଶ୍ୱାସୀ ଭାଇ ଓ ଭଉଣୀ ମାନଙ୍କ, ଏବଂ ଜନ୍ମ ଦିନର ସୁବେଚ୍ଛା ଉତ୍ତମ ସ୍ବାସ୍ଥ୍ୟ ନିମନ୍ତେ ସାରା ଜଗତରେ ଶାନ୍ତି ନିମନ୍ତେ ପ୍ରାର୍ଥନା କରିଥିଲେ। ଏହି ପବିତ୍ର କାର୍ଯ୍ୟକ୍ରମ କୁ ପରିଚାଳନା କାରିଥିଲେ ବିଜୟ ଭବନ, ମରିଲାକ ମେରସି ହୋମ,ବନ୍ଧ ସାହି, ଫ ସି ସି ସେବାଭଗ୍ନୀମାନେ ଏବଂ ଏମ ସି ଭ୍ରାତା ମାନେ ଏବଂ ପଣ୍ଡା କଲୋନୀ, ନିୟୁ ଡିପାଉଲ ସ୍କୁଲ ଅଞ୍ଚଳର ଖ୍ରୀଷ୍ଟ ବିଶ୍ବାସୀମାନେ ପୂଜା ରୀତିର ଆୟୋଜନ ତଥା ପରିଚାଳନା କରିଥିଲେ। ବିଷୟ ଥିଲା କୁମାରୀ ମରିଆ ସ୍ୱର୍ଗ ର ଦ୍ୱାର। ବାକ୍ୟ ପରିବେଷଣ କରିଥିଲେ ଯାଜକ ସୁଶାନ୍ତ ଦିଗାଲ।

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.