ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୁଆଁ ସ୍ମାର୍ଟ କାର୍ଡ ବିତରଣ କାର୍ଯ୍ୟ ର ଶୁଭାରମ୍ଭ କରି ଜିଲ୍ଲାବାସୀଙ୍କୁ ସମ୍ବୋଧିତ କରିଛନ୍ତି ଏବଂ ଏହା ସହ ବିଭିନ୍ନ ବିଭାଗ ର ୬୭ଗୋଟି ଜନକଲ୍ୟାଣକାରୀ ଯୋଜନାର ଶୁଭଉଦଘାଟନ କରିବା ସହିତ ୩୫ଟି ନୂତନ ପ୍ରକଳ୍ପ ର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି l ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାରେ ୧.୫୩.୯୦୨ ଜଣ ହିତାଧିକାରୀ ନୁଆଁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ପାଇବାସହ ଏମାନଙ୍କ ମଧ୍ୟରୁ ୬ଟି ବ୍ଲକରେ ଗ୍ରାମ୍ୟଞ୍ଚଳ ର ୧.୪୫.୧୫୭ ଜଣ ଏବଂ ତିନୋଟି ପୌରାଞ୍ଚଳରେ ୮୭୪୫ ଜଣ ହିତାଧିକାରୀ ଏହି ଯୋଜନାରେ ଲାଭନ୍ୱିତ ହେବେ l ଏହି କାର୍ଡ ଦ୍ୱାରା ହିତାଧିକାରୀଙ୍କ ପରିବାରର ସବୁ ସଦସ୍ୟ ଙ୍କ ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କାଚିକିତ୍ସା କ୍ଷେତ୍ରରେ ସହାୟତା ରହିଥିବା ବେଳେ ମହିଳାଙ୍କ ପାଇଁ ବର୍ଷକୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ରହିଛି l ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଭାଗରେ ୭୯ କୋଟି ୨୨ଲକ୍ଷ ୧୩ ହଜାର ବ୍ୟୟ ଅଟକଳରେ ସମ୍ପୂର୍ଣ୍ଣ ହୋଇଥିବା ୬୭ଗୋଟି ପ୍ରକଳ୍ପର ଶୁଭଉଦଘାଟନ ହେ।ଇଛି, ଆହୁରି ମଧ୍ୟ ୧୪୮,୦୪,୮୨୦୦୦ ଅଟକଳ ଥାଇ ୩୫ ଗୋଟି ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି l ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଛି ୫.୩୪,୦୬୦୦୦ ଟଙ୍କା ବ୍ୟୟରେ ସହର ଉପକଣ୍ଠରେ ନିର୍ମିତ ଟାଉନ ହଲ l
ଏହି ପରିପ୍ରେକ୍ଷୀରେ ବିଜୁପଟ୍ଟନାୟକ ସୁଇମିଙ୍ଗ ପୁଲ ନିଶ୍ଚିତ ଭାବରେ ଜିଲ୍ଲା ପାଇଁ ବିଶେଷ ଉପହାର ହେ।ଇଛି l ୪.୭୪ କୋଟି ବ୍ୟୟ ଅଟକଳରେ ନିର୍ମିତ ଏହି ସନ୍ତରଣlଗାର ଜିଲ୍ଲାରେ ସନ୍ତରଣ ଏବଂ ଜଳକ୍ରୀଡା ପ୍ରେମୀଙ୍କ ପାଇଁ ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିଛି l ଏହି ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ପାଇଁ ଏକ ନୂତନ ଯୁଗର ବାର୍ତ୍ତାବହ ହୋଇପାରିବ ବୋଲି ଆଜି ନୂତନ ଟାଉନ ହଲ ପରିସରରେ ଆୟୋଜିତ ସଭାରେ ଉପସ୍ଥିତ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଝାରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ଶ୍ରମ ମନ୍ତ୍ରୀ ଶୁସାନ୍ତ ସିଂ ପ୍ରକାଶ କରିଥିଲେ l
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )