“ମୋ ଗାଁ ମୋ ସ୍ମୃତି “ ପୁସ୍ତକଟି ଉନ୍ମୀଚିତ
କଜଳାଇପଲ୍ଲୀ ଗ୍ରାମ ସରସଡୀ ସାଂସ୍କୁତିକ ପରିଷଦ ଆନୁକୂଲ୍ୟରେ ପବିତ୍ର ସରସଡୀ ପୂଜା ଦିବସରେ ଏକ ଆନୁଷ୍ଟନୀକ ସଭା ଆୟୋଜନ କରାଯାଇ ପରିଷଦ ଦ୍ଵାରା ପରିଚାଳିତ ବିଭିନ୍ନ କାର୍ୟ୍ଯକ୍ରମର ସମୀକ୍ଷା ସଭାପତି ଶ୍ରୀଯ଼କ୍ତ ଦିବାକାର ମିଶ୍ରଙ୍କ ଦ୍ବାରା କରାଯାଇଥିଲା । ଏଦି ଅବସରରେ, ଗାମର ଏତିହା ଓ ପରମ୍ପରାକୁ ନେଇ ସେଦି ଗ୍ରାଥର ଶୀ ବୈକୂଣ୍ଠ ନାଥ ମହାପାତ୍ର ଲିଖିତ “ମୋ ଗାଁ ମୋ ସ୍ମୃତି “ ପୁସ୍ତକଟି ଭିତ୍ତିପ୍ରସ୍ତର ସ୍ଥାପନା କରିଥିବା ସ୍ବର୍ଗତ ଲୋକନାଥ ପଟ୍ଟଯୋଶୀଙ୍କ ଦାୟାଦ ଶୀଯକ୍ତ ଦିବାକର ମିଶ୍ରଙ୍କ ଦ୍ବାରା ଉନ୍ମୋଚନ କରାଯାଇ ଥିଲା । ବଣଜଂଗଲ ଘେରା ଦୁର୍ଗମ ଅଂଚଳରେ ପାୟ ୨୦୦ ବର୍ଷ ପୂର୍ବେ ନୟାଗଡ ରାଜା ସ୍ବର୍ଗତ ବିନାୟକ ସିଂଙ୍କ ଅମଳରେ ଏ ଗ୍ରାମଟି ସ୍ଥାପନା କରାଯାଇ ଥିଲା । ସେତେବେଳର ଭୌଗଳିକ ପରିସ୍ଥିତି ଓ ବର୍ତମାନର ଆଧୁନିକ ଛାପକୁ ନେଇ ଯେଉଁ ସବୁ ପରିବର୍ତନ ଘଟିଛି, ଲେଖକ ସେ ବିଷୟରେ କେତେକ ଅଭୁଲା ସ୍ମୃତିକୁ ସାଉଁଟି ଆଣି ଉପସ୍ଥାପିତ କରିଛନ୍ତି l ପରିବର୍ତନର ମୂଳ କର୍ଣ୍ଣଧାର ସ୍ବର୍ଗତ ଲିଙ୍ଗରାଜ
ମିଶ୍ରଙ୍କ କାର୍ଯ୍ଯକୁ ଉପସ୍ଥିତ ସମସ୍ତ ଗ୍ରାମବାସୀ ଭୂୟସୀ ପ୍ରଶଂସା କରିବା ସହ ଦିବଙ୍ଗତ ଆତ୍ମାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶ୍ରୀଯୁକ୍ତ ଦିଦାକର ମିଶ୍ର ସଭାପତିତ୍ୱ କରିବା ସହ ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ମହାପାତ୍ର ସଭା ସଂଚାଳନ କରିଥିଲେ ।
ନୟାଗଡ ଇପିଏ ରୁ ଗୋକୁଳ ଷଡ଼ଙ୍ଗୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )