ରନ୍ଧନ ଗ୍ୟାସ ର ଅହେତୁକ ଦରବୃଦ୍ଧି କୁ ନେଇ ବିଜେଡିର ବିକ୍ଷୋଭ

0 19

ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧିନେଇ ଶାସକଦଳ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣାଯାଇଛି ।ସାରାରାଜ୍ୟରେ ଏନ.ଏ.ସି.,ମୁନିସିପାଲଟି ଅଫିସ ଆଗରେ ଏବଂ ରାଜ୍ୟର ସମସ୍ତବ୍ଳକ୍ ଅଫିସଆଗରେ ବିଜେଡି ପକ୍ଷରୁ ଯୁବ, ମହିଳାଗୋଷ୍ଠୀ ପକ୍ଷ ସାମିଲ ହୋଇ କେନ୍ଦ୍ରସରକାରଙ୍କ ମାରଣନୀତି ବିରୁଦ୍ଧରେ ବୁଧବାର ଗଣଧାରଣା କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେନ୍ଦ୍ରସରକାର ନରେନ୍ଦ୍ର ମୋଦିଙ୍କୁ ତୀବ୍ର ଭାବେ କଟୁ-ସମାଲୋଚନା କରାଯାଇ ଜାଳେଣିଗ୍ୟାସ ଏବଂ ପେଟ୍ରୋଲ, ଡିଜେଲ ର ଦର ଆକାଶଛୁଆଁ ହୋଇଥିବା ହେତୁ ଜନତାଙ୍କୁ ବେଶ ବାଧୁଛି, ବୋଲି ବିଜେଡି କ୍ଷୋଭପ୍ରକାଶ କରି କହିଛନ୍ତି । ଜାଳେଣି ଗ୍ୟାସ, ପେଟ୍ରୋଲ, ଡିଜେଲ ର ଦରବୃଦ୍ଧି ଅଧାରୁଅଧେ ମାତ୍ରାରେ କମାଇବାକୁ ବିଜେଡି ଦାବୀ କରିଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ବ୍ଳକ୍ କାର୍ଯ୍ୟାଳୟ ଆଗରେ ବ୍ଳକ୍ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ ଙ୍କ ନେତ୍ତୃତ୍ୱରେ ଏବଂ ଛତ୍ରପୁର ଏନ.ଏ.ସି. କାର୍ଯ୍ୟାଳୟ ଆଗରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଙ୍କ ନେତ୍ତୃତ୍ୱରେ ବିଶାଳସମାବେଶରେ କେନ୍ଦ୍ରସରକାରଙ୍କ ମାରଣନୀତି ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଛତ୍ରପୁର ନଗର ସଭାପତି ବି.ରାଜିବାବୁ, ଛତ୍ରପୁର ଏନଏସି ଯୁବ-ସଭାପତି ଟି.ଚନ୍ଦ୍ର ଶେଖର ରାଓ,ପୂର୍ବତନ କାଉନସିଲର ରାଜେଶ ସାହୁ, କିଶୋର ସେନାପତି, ଟି. ଭେଙ୍କେଟ ରାଓ, ଟି.ଜଗଦୀଶ ରାଓ, ଆଡଭୋକେଟ ସୁରେଶ ପଣ୍ଡା, ମନୋଜ ପାଢ଼ୀ, ସିମାଞ୍ଚଳ ମହାପାତ୍ର ପ୍ରମୁଖ ବହୁ ନେତ୍ତୃବର୍ଗ, ବିଜେଡିକର୍ମୀ ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମ ରେ ସକ୍ରୀୟ ଅଂଶଗ୍ରହଣ କାରିଥିଲେ ।

ବ୍ରହ୍ମପୁର ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.