ରଷ୍ଟ୍ରୀୟ ଏକତା ନିମନ୍ତେ ଶପଥ ପାଠ ଅନୁଷ୍ଠିତ

0 8

ରାୟଗଡା : ରାଷ୍ଟ୍ରିୟ ଏକତା ଦିବସ ଉପଲକ୍ଷେ ଆଜି ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶପଥ ପାଠ ଅନୁଷ୍ଠିତ ହୋଇଥିଲା l ଅତିରକ୍ତ ଜିଲାପାଳ ଶ୍ରୀ ସମୋନାଥ ପ୍ରଧାନ ଯୋଗଦାନ କରି କର୍ମଚାରୀ ମାନଙ୍କୁ ଦେଶର ଅଖଣ୍ଡତା ଅକ୍ଷୁର୍ଣ୍ଣ ପାଇଁ ସମାଜରେ ପ୍ରେରଣା ପାଇଁ ବାର୍ତ୍ତା ପହଞ୍ଚାଇବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ l ଏହି ଦିବସରେ ଦେଶର ଏକତା , ଅଖଣ୍ଡତା ଏବଂ ସୁରକ୍ଷା ବଜାୟ ରଖିବା ନିମନ୍ତେ ନିଜକୁ ସମର୍ପିତ କରିବା ଏବଂ ଦେଶବାସୀଙ୍କ ମଧ୍ୟରେ ଏହି ବାର୍ତ୍ତା ପହଞ୍ଚlଇବାକୁ ପ୍ରୟାସ କରିବା l ଦେଶର ଏକତା ଅକ୍ଷୁର୍ଣ୍ଣ ରଖିବାର ଭାବନାରେ ଶପଥ ନେଇ ,ଯାହା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦୂର ଦୃଷ୍ଟି ଓ କାର୍ଯ୍ୟ ବଳରେ ସମ୍ଵଵ ହୋଇଥିଲା l ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ସମ୍ପୂର୍ଣ୍ଣ ଯୋଗଦାନ ପାଇଁ ସତ୍ୟନିଷ୍ଠlର ସହ ସଂକଳ୍ପ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶପଥ ପାଠ କରାଇଥିଲେ l ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ନାରାୟଣ ମିଶ୍ର,ସହକାରୀ ଜିଲ୍ଲାପାଳ ଦିବାକର ପlତ୍ର, କ୍ରୀଡ଼ା ଅଧିକାରୀ ଜନବ ଶେଖ ଅଲନୁର, ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଧ୍ରୁବ ଚରଣ ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଵସନ୍ତ କୁମାର ପ୍ରଧାନ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଯଜ୍ଞସେନି ବେହେରା,ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଭିକ୍ତରୀଆ କୁଲୁ,ସହକାରୀ ଜିଲାପାଳ ମନେ, ସେକ୍ସନ ଅଫିସର,କର୍ମଚାରୀ ପ୍ରମୁଖ ଯୋଗଦାନ କରି ଶପଥ ପାଠ ନେଇଥିଲେ l

ରାୟଗଡା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.