ରାଜନଗରରେ ଡ୍ରେନ ସଫା ନହୋଇ ନର୍ଦ୍ଦମା ପାଣି ମାଡି ନାକର ହାତଦେଇ ବଜାରକୁ ଯାତାୟାତ କରୁଛନ୍ତି ଲୋକେ,ପ୍ରଶାସନ ଦେଖି ଅଦେଖା
ରାଜନଗର:ରାଜ୍ୟରେ ଜନସାଧାରଣଙ୍କ ଉନ୍ନତି ତଥା ଅସ୍ଵାସ୍ଥ୍ୟକର ପରିବେଶକୁ ସ୍ବଛ ରଖିବାକୁ ସରକାର ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଏସବୁର ଵିକାଶ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବହୁ ଅର୍ଥ ପଞ୍ଚାଯତ ଓ ପଞ୍ଚାୟତ ସମିତି କୁ ପଠାଇଥାନ୍ତି। କିନ୍ତୁ ଲୋକମାନଙ୍କ ସମୁହ ସ୍ବାର୍ଥକୁ ଲକ୍ଷ କରାନଯାଇ ନିଜର ସ୍ବାର୍ଥଥାଇ ଠିକାଦାର ପାଲଟି ଥିବା କେତେକ ଜେଈ ମାନଙ୍କ ପକ୍ଷରେ ଦେଖିବାକୁ ମିଳୁଛି।ତାର ପ୍ରତେକ୍ଷ ଉଦାହରଣ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ସଦର ମହକୁମା ବ୍ଲକ କାର୍ଯ୍ୟାଳୟ ର ନାକତଳ ଗଳିଦାଣ୍ଡ ଅବସ୍ଥିତ।ଦୈନୀକ ଏହି ରାସ୍ତା ଦେଇ ବିଭିନ୍ନ ଲୋକ ଯାତାୟତ କରିବା ସହ ସାହିବାସିନ୍ଧା ବଜାର,ମେଡିକାଲ,ଓ ପିଲାମାନାସ୍କୁଲ,କଲେଜ ,ମନ୍ଦିର କୁ ମଧ୍ୟ ଯିବା ଆସିବା କରୁଛନ୍ତିି।ଏହି ରାସ୍ତାରେ ଡ୍ରେନ ସଫା ନହୋଇ ରାସ୍ତା ଉପରେ ନର୍ଦ୍ଦମା ପାଣି ଚାଲୁଥିଲେ ଵି କେହି ନେତା କିମ୍ବା ବ୍ଲକ କର୍ତୁପକ୍ଷ ସରପଞ୍ଚ କାହାର ଦାୟିତ୍ଵ ନ ଥିବା ମନେହୁଏ। ବହୁବାର ସରପଞ୍ଚ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି ଫଳପ୍ରଦ ହୋଇ ନଥିବାରୁ ଏବେ ଅଧିକ ନର୍ଦ୍ଦମା ପାଣି ନିସ୍କାସନ ପାଇଁ ବାଟ ନ ପାଇ ବହୁଦିନ ହେବ ଅପରିଷ୍କାର ଚାଲୁ ପାଣି ମାଡି ଯାତାୟତ କରୁଥିବା ଲୋକମାନେ ବିଭିନ୍ନ ରୋଗର ଶିକାରୀ ହେଉଥିବା ଅଭିଯୋଗ ହେଉଛି।ମିଛ ସତ କରି ଡ୍ରେନ୍ ସଫା ନକରି ପଞ୍ଚାୟତରେ ବିଲ ହେଉଥୂବା ଅଭିଯୋଗ ହୋଈଆସୁଅଛି। ପ୍ରକାଶ ଥାଉକି ଏହି ଗଳିଦାଣ୍ଡ ଦେଇ ଦାଣ୍ଡରେ ଥିବା ଵିଜେଡି ସରକାରୀ ଦଳର ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟା ସମ୍ଭାବ୍ୟ ପ୍ରାର୍ଥି ହୋଇ ନିଜର ସପକ୍ଷରେ ଲୋକଙ୍କୁଆଜିଠାରୁ ଯେପରୀ ଅର୍ଥ ବ୍ୟୟ କରି ଚାଲିଲେଣି, କିନ୍ତୁ ଏ ନର୍ଦ୍ଦମା କଥା କେହି ଉଠାଉ ନଥିବା ବେଳେ ବୁଧବାରଦିନ ସନ୍ଧ୍ୟାରେ ବିଧାୟକ ଏହସାହିର ଜଣେ ଭୋଟର ନିକଟକୁ ବାଇକରେ ନର୍ଦ୍ଦମା ଦେଇ ୂଆସିଥିଲେମଧ୍ୟ ଏ ସମସ୍ୟାର ସମାଧାନ କରିବାପାଇଁ ବିଧାୟକଙ୍କର ଆନ୍ତରୀକତା ନ ଥିବା ଗଳିଦାଣ୍ଡ ବାସୀ ଅନୁଭଵ କରିପାରିଛନ୍ତି। ଯେଉଁଠି ଆବଶ୍ୟକତା ନ ଥିବା ଯାଗାରେ ଠିକାକରିବା ପାଇଁ ସେ ସ୍ଥାନରେ ସବୁକିଛି ନିର୍ମାଣ ହୋଇପାରୁଛି। କିନ୍ତୁ ଵୁଢୀମଙ୍ଗଳା ଠାରୁ ପ୍ରଫୁଲ୍ଲ ମହାଳିକି ଘର ପର୍ଯ୍ୟନ୍ତ ମାତ୍ର ଦୁଇଶହ ମିଟର ଡ୍ରେନ ଦୀର୍ଘବର୍ଷ ହୋଇପାରି ନାହିଁ।ଫଳରେ ପାଣି ନିସ୍କାସନ ନହୋଇ ଘରେ ଜମାଟ ବାନ୍ଧି ପାଣି ମରୁଛି। ଅପରପକ୍ଷରେ ବଜାର ଦାଣ୍ଡ, ମିଶ୍ର ଦାଣ୍ଡ, ଦୁର୍ଗାମଣ୍ଡପ ଦଳିତ ସାହି,ପ୍ରଭୃତି ଡ୍ରେନ ନହେଵା ରୁ ବର୍ଷା ଦିନେ ଘରଭିତରେ ପାଣି ପଶିବାର ସୁଯୋଗ ହେଉଛି। ସମସ୍ୟା ଘେରରେ ଥିବା ଲୋକମାନଙ୍କ ପାଇଁ ଡ୍ରେନେଜ ବ୍ୟବସ୍ଥା କରାନଗଲେ ଵହୁ ଅସୁଵିଧାର ସମ୍ମୁଖିନ ଭୋଗ କରୁଛନ୍ତିି ସାହି ବାସିନ୍ଦା। ଏହି ସମସ୍ୟା ସହିତ ଗଳିଦାଣ୍ଡ୍ରରେ ଵୋହି ଯାଉଥିବା ନର୍ଦ୍ଦମା ପାଣି ସଫା କରାଇବାକୁ ବିଧାୟକ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ
ଏହାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି
ଇପିଏ ରୁ ସୁକାନ୍ତ ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )