ରାଜନଗର ଥାନା ଅଞ୍ଚଳରେ ମାନବୀକତା ବନ୍ଧାପଡିଛି
ମହିଳାକୁ ଗାଁ ଦାଣ୍ଡରେ ମହିଳା ମାଡମାରିଵା ଭିଡିଓ ଭାଇରାଲ
ରାଜନଗର : ନାରୀ ନାରୀକୁ ମଧ୍ୟ ସମ୍ମାନ ଦେବା ଵଦଳରେ ମାନଵିକତା ହରାଇ କେଉଁଠି ଚୂନ କାଳି ଲଗାଇଲେଣି ତ କେଉଁଠି ଗାଁ ଦାଣ୍ଡରେ ଚୁଟି ଧରି ମାଡ ମାରିଲେଣି ର୍କିନ୍ତୁ ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ ହେଉଛି ମାକୁ ସମ୍ମାନ ଦେବା ,ହେଲେ ଏଠାରେ ମୁଖ୍ୟମନ୍ତ୍ରୀଙ୍କ ନାରା କାମ ନଦେଇ ମା ଦେଉନି ମାକୁ ସମ୍ମାନ। ଯାହା ଆଜି କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଵ୍ରାହ୍ମଣସାହି ପଞ୍ଚାୟତ ଜୟପୁର ଗ୍ରାମରେ ଘଟିଥିବା ଆଭାବନୀୟ ଘଟଣାର ଭିଡିଓ ଭାଇରାଲ ସାଙ୍ଗକୁ ଥାନାରେ ଅଭିଯୋଗ ହୋଇଛି। ଵିବରଣୀରୁ ପ୍ରକାଶ ରାଜନଗର ବ୍ଳକ ଵ୍ରାହ୍ମଣସାହି ପଞ୍ଚାୟତ ଜୟପୁର ଗ୍ରାମର ଗାଁ ଦାଣ୍ଡରେ ଜଣେ ମହିଳାକୁ ଚାରିଜଣ ମହିଳା ସଙ୍ଘ ବଦ୍ଧ ହୋଇ ଦୁଇ ଜଣ ପୁରୁଷଙ୍କ ନିର୍ଦେଶରେ ଚୁଟି ଧରି ଘୋଷାରି ମାଡମାରୀ ଅଚେତ କରି ଫୋପାଡି ଦେଇ ଯାଇଥିବା ଆଜି ଅପରାହ୍ନରେ ଭିଡିଓ ଭାଇରାଲ ହେଉଥିବା ସର୍ଵସାଧାରଣରେ ଦେଖିବାକୁ ମିଳିଥିଲା। ଉକ୍ତ ଘଟଣାକୁ ଭାଇରାଲ କରିଥିବା ବ୍ୟକ୍ତି ରାଜନଗର ଥାନାରେ ଦୋଷୀ ଵିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗ କରିଛନ୍ତି। ଏନେଇ ଦାୟିତ୍ବରେ ଥିବା ଏସ୍ ଆଇ ଶ୍ରୀ ଵିଭୁ ପ୍ରସାଦ ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି ଜମିବାଡି ବିବାଦକୁ ନେଇ ଏମିତି ଘଟିଛି। ଯାନକୀ ମଲ୍ଲିକ ଓ ଅମର ସ୍ଵାଇଁ ଉଭୟ ଏତେଲା ଦେଇ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି। ହେଲେ ଉଭୟଙ୍କ ନାମରେ କେସ୍ ରୁଜୁ ହୋଇଥିବା ପୋଲିସ ପ୍ରକାଶ କରିଛି। ମାଡମାରିବା ଏବଂ ମାଡ ଖାଇବା ଉଭୟ ଵ୍ୟକ୍ତିଙ୍କ ଉପରେ କେସ୍ ହେବା ନେଇ ସାଧାରଣରେ ପୋଲିସର ନିରପେକ୍ଷତାନେଇ ଅନେକେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରକାଶ ଥାଉକି ଏହି ଥାନାରେ ଅଧିକାଙ୍ସ ପିଡିତା ନ୍ୟାୟ ପାଉନଥିବା ଵେଳେ ଏତଲା ଦେଲେ ମଧ୍ୟ ଏତଲା ଦାୟର ହେଉନଥିଵା ମିଥ୍ୟା କାଉଣ୍ଟର କେସ୍ କରାଯାଉଥିବା ପରି ବହୁ ଅଭିଯୋଗ ହେଉଛି। ଏହି ଭିଡିଓ ଭାଇରାଲରେ ନିର୍ଦେଶ ଦେଉଥିବା ପୁରୁଷ ଲୋକଙ୍କ ଉପରେ କି ପ୍ରକାର କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ତାହା ଜାଣିବା ଅପେକ୍ଷାରେ ଜନତା।
କେନ୍ଦ୍ରାପଡ଼ା ଇପିଏ ରୁ ସୁକାନ୍ତ ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )