ରାଜପୁରୁ ଗ୍ରାମ ପଞ୍ଚାୟତରେ ବିଜେପି କର୍ମୀ ସମ୍ମିଳନୀ ରେ ଶତାଧିକ ଵିଜେଡି କର୍ମୀ ଵିଜେପିରେ ମିଶିଲେ

0 37

ରାଜନଗର:କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ଚାଲିଛି ଅଭିନଵ ଉପାୟରେ ମିଶ୍ରଣ ପାଲା।ଏଥିରେ ଜେଲ ଯାଇଥିବା ଚୋରା ମଦଵେପାରୀଙ୍କ ଠାରୁ ଆରମ୍ଭ କରି ଦିନମଜୁରୀଆ ଟ୍ରଲିଚାଳକ ପର୍ଯ୍ୟନ୍ତ ପାର୍ଟି ଅଫିସର ମୁଖ୍ୟକଙ୍କ ଉପସ୍ଥିତ ରେ ଫୁଲହାର ପକାଯାଇ ଦଳରେ ମିଶାଗଲା ଵୋଲି ପତ୍ର ପତ୍ରିକାରେ ପ୍ରକାଶିତ ହୋଇ ବଡ଼ ନେତାଙ୍କୁ ଖୁସ୍ କରିବା ଦଳିୟ ମୁଣ୍ଡିଆଳଙ୍କ କାର୍ଯ୍ୟରେ ପରିଣତ ହୋଇଯାଇଛି, ଯାହା ଫଳରେ ବଜାରରେ ଗେଣ୍ଡୁଫୁଲ ହାର ମହଙ୍ଗା ହେବା ସହ ଅଭାବ ଦେଖାଦେଇଛି। କିନ୍ତୁ ଫୁଲହାର ‌ପକାଇଥିବା ବ୍ୟକ୍ତି ଅନ୍ୟ ଦଳର କାର୍ଯ୍ୟାଳୟକୁ ଯାଇ ସେ ଦଳର ନେତାଙ୍କ ସହିତ ସମ୍ପର୍କ ରଖୁଥିବା ଦଳର ମୁଖ୍ୟ ମାନଙ୍କୁ ହୁଏତ ଜଣାନଥିବ ?, ଅପରପକ୍ଷରେ ଫୁଲହାର ପକାଇ ଆସୁଥିବା କିଛି ବ୍ୟକ୍ତି ନିର୍ଦିଷ୍ଟ ଏକ ଚା ଦୋକାନ ନିକଟରେ ହାରଛିଣ୍ଡାଇ ବିଭିନ୍ନ ଟିପ୍ପଣୀ ଦେଉଥିବା ଅନ୍ୟଦଳପାଇ‌ ସମାଲୋଚନାର ଖୋରାକ ଯୋଗାଉଥିଲା। ସେହିପରି ବିଜେଡି ଦଳରେ ବିଜେପି କର୍ମୀ ମିଶିଥିବା ବେଳେ ରାଜପୁରରେ ପ୍ରମୋଦ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଞ୍ଚାୟତ ସ୍ତରୀୟ ଵିଜେପି କର୍ମୀ ସମ୍ମିଳନୀ ରେ ବିଜେଡି ଦଳର ଶତାଧିକ କର୍ମୀ ବିଜେପିରେ ଯୋଗଦାନ କରିଥିଲେ। ସେମାନେ ହେଲେ କୃଷ୍ଣଚନ୍ଦ୍ର ସେଠୀ, ନଗେନ୍ଦ୍ର ପାତ୍ର,ଜଳଧର ସାହୁ,ଵିଜୁ ରଣା,ନିଲୁ ସାର୍,ଶରତ ସେଠୀ, ରାଧାକୃଷ୍ଣ ପାତ୍ର, କୈଳାଶ ରାଉତ, ରବୀନ୍ଦ୍ର ରାଉତ,ତପନ ପାତ୍ର, ପହିଲି ପାତ୍ର, ନରେନ୍ଦ୍ର ଜେନା,କ୍ଷମାନିଧି ଜେନା ପ୍ରମୁଖ ବିଜେପିରେ ‌ଵିଧିଵଦ୍ଧ‌ଭାବେ ମିଶିଥିଲେ। ଏହି ବୈଠକରେ ମୁଖ୍ୟ ଅତିଥି ପ୍ରାକ୍ତନ ବିଧାୟକ ଶ୍ରୀଯୁକ୍ତ ଅଲେଖ କୁମାର ଜେନା ଯୋଗଦେଇ ‌ଦଳରେ ମିଶିଥିବା କର୍ମୀମାନଙ୍କୁ ସ୍ବାଗତ କରିବା ସହ ସେମାନଙ୍କୁ ଦଳୀୟ ଉପଢ଼ୌକନ ପ୍ରଦାନ କରିଥିଲେ।ଅନ୍ୟ ଅତୀଥିମାନଙ୍କ ମଧ୍ୟରେ ରମେଶ ଚନ୍ଦ୍ର ରାଉତରାୟ ଓ ଦୀଲିପ୍ ପାତ୍ର ମଞ୍ଚାସୀନ ଥିଲେ।ହେଲେ ବିଜେଡି ଦଳ ପରିତ୍ୟାଗ କରି ବିଜେପିରେ ମିଶିଥିବା କର୍ମୀ ତାଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଯେ, ସେମାନେ ଉତ୍କଳ କଂଗ୍ରେସ ସମୟରୁ ବିଜୁଜନତା ଦଳ ରେ ଆଜି ପର୍ଯ୍ୟନ୍ତ ଥିଲେ।ହେଲେ ଏବେ ଅସଲି ଵିଜେଡି କର୍ମୀ ଅଲୋଡା ହୋଇ ରହିଥିବା ବେଳେ କାଲି ସ୍ୱାର୍ଥ ପାଇଁ ଯେଉଁ ମାନେ କଙ୍ଗ୍ରେସ ଦଳରୁ ଆସି ସେମାନଙ୍କୁ ବିଜେଡିରେ ଅଗ୍ରାଧିକାର ଦିଆଯାଇ ତାଙ୍କ ମାଧ୍ୟମରେ ବହୁ ଅର୍ଥ ଆୟହୋଇପାରୁଛି। ଏବେ ଆଗ ପରି ଵିଜେଡି ନାହିଁ ପୁରୁଣା କର୍ମୀଙ୍କୁ ପଚରାଯାଉ ନାହିଁ । ବର୍ତମାନ ଦଳରେ ଛେଳିଗୋଡରେ ଧାନମଳା ଯାଇ ମୁଖ୍ୟମନ୍ତ୍ରୀଙ୍କ ନିତିଆଦର୍ଶ ଓ 5ଟିକୁ ଜଳାଞ୍ଜଳୀଦିଆ ଯାଉଛି। ଆମପରି ଆହୁରି ଅନେକ ଅସଲି ବିଜେଡି କର୍ମୀ ‌ଅଲୋଡା ହୋଇ ପଡିଛନ୍ତି,ଏହିପରି ସମସ୍ୟା ନେଇ ବିଜେପିର ନିତିଆଦର୍ଶକୁ ପାଥେୟ କରି ଆମେ ମିଶିବାକୁ ବାଧ୍ୟ ହେଲୁ।

ରାଜନଗର ଇପିଏ ରୁ ସୁକାନ୍ତ ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.