ରାଜ୍ୟର ଭାତହାଣ୍ଡି ବରଗଡ଼ ଜିଲ୍ଲା

0 11

ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। କିନ୍ତୁ ଏହି ଜିଲାର ଚାଷୀମାନେ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇଛନ୍ତି। ଏହାସତ୍ତ୍ବେ କେନ୍ଦ୍ର କିମ୍ବା ରାଜ୍ୟ ସରକାର ଚାଷୀଙ୍କ ହିତ ପାଇଁ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ନେଇ ସୋମବାର ଜିଲା ଚାଷୀ ସଂଗଠନ ସମନ୍ବୟ ସମିତି ୧୨ ଦଫା ଦାବିରେ ବିକ୍ଷୋଭ କରିଛନ୍ତି। ବରଗଡ଼ ଲୋକମଣ୍ଡପ ପଡ଼ିଆ ରୁ ବାହାରି ଏସପି ଅଫିସ ଛକ, ଗାନ୍ଧି ଛକ ଦେଇ ଏକ ଶୋଭାଯାତ୍ରା ରେ ବାହାରି ଜିଲାପାଳ ଅଫିସ ଆଗରେ ଧାରଣାରେ ବସିଥିଲେ। ଜିଲାକୁ ମରୁଡି ଘୋଷଣା, କୃଷିଋଣ ଛାଡ, ବିଦ୍ୟୁତ ଦେୟ ଛାଡ, ସମ୍ପୂର୍ଣ୍ଣ ଧାନ ସଂଗ୍ରହ, ସ୍ବାମୀନାଥନ କମିଶନ ଲାଗୁ, ଫସଲବୀମା ପ୍ରଦାନ, ଇନପୁଟ ସବସିଡି ଆଦି ୧୨ଦଫା ଦାବିରେ ଜିଲା ଚାଷୀ ସଂଗଠନ ସମନ୍ବୟ ସମିତି ଏହି ଆନ୍ଦୋଳନକୁ ଓହ୍ଲାଇଛି l ଦାବି ପୁରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି କହିଛନ୍ତି ସମନ୍ୱୟ ସମିତି ର ସମ୍ପାଦକ କିଶୋର ଚନ୍ଦ୍ର ଦେବତା l

ବରଗଡ଼ ଇପିଏ ରୁ ସୁବାଷ ଚନ୍ଦ୍ର ଦୋରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.