ପ୍ରଚଳିତ କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ବିଗତ ବର୍ଷ ଭଳି ଚଳିତ ବର୍ଷ ଓଡିଶା କର୍ତ୍ତୃପକ୍ଷ ନିର୍ଦ୍ଦେଶ କ୍ରମେ ରାୟଗଡା ସ୍ଥିତ ମା କାଳି ପୂଜା ଅତି ନିରାଡମ୍ବର ଭାବେ ନଭେମ୍ବର ୪ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇଯାଇଛି । ଦିପାବଳୀ ଦିନ ମାଆଙ୍କ ପୂଜାପାଠ ଆରମ୍ଭ ହୋଇ ମନ୍ଦିର ପରିସର ମଧ୍ୟରେ ନୀତି ନିର୍ଘଣ୍ଟ କ୍ରମେ ରୀତୀନୀତି ଅନୁଯାୟୀ ଅନୁଷ୍ଠିତ ହୋଇଆସୁଥିଲା ।
ସୂଚନାଯୋଗ୍ୟ ଯେ ଚଳିତ ବର୍ଷର ପ୍ରତ୍ୟେକ ପର୍ବପର୍ବାଣି ନିମନ୍ତେ ସ୍ୱତନ୍ତ୍ର ରିଲିଫ୍ କମିଶନର ଗଣେଶ ପୂଜା, ଦୁର୍ଗା ପୂଜା, କାଳୀ ପୂଜା ଏବଂ ଆନୁଷଙ୍ଗିକ ସାଂସ୍କୃତିକ ଉତ୍ସବ ପାଳନ ପାଇଁ ବ୍ୟକ୍ତିବିଶେଷଙ୍କ ମଣ୍ଡଳୀକୁ ବାରଣ କରିଥିଲେ। ତଥାପି,କୋଭିଡ୧୯ର ନିୟମାବଳୀର କଠୋର ଭାବେ ଅନୁକରଣ ସହିତ ଯେପରିକି ସାମାଜିକ ଦୂରତା, ମାସ୍କ ପିନ୍ଧିବା ଇତ୍ୟାଦି ପରିଚାଳନା କରି ନାଗରିକମାନଙ୍କ ମଧ୍ୟରେ ବ୍ୟବଧାନ ବଜାୟ ରଖି ପରିସରରେ ପୂଜା / ପର୍ବ ପାଳନ କରିବାକୁ ଅନୁମତିପ୍ରକାରେ ବିଭିନ୍ନ ପ୍ରକାରର ବ୍ୟକ୍ତିବିଶେଷଙ୍କ ସହିତ ସାଧାରଣ ଭାବରେ ଆଧ୍ୟାତ୍ମିକ ରୀତିନୀତି ସହ ଚାଲିଆସିଛି । ଚଳିତ ବର୍ଷ ପାଇକପଡା ଠାରେ ଥିବା କାଳୀମନ୍ଦିର ଠାରୁ ମାଆଙ୍କୁ ଶିବାଜୀ ଦାସ ଆବହାନ କରିବା ସହ ମାଆଙ୍କ ପୂଜା ପରିଚାଳନା କରିଥିଲେ । ଚଳିତ ବର୍ଷ କାଳି ପୂଜା କିର୍ୟ୍ୟକ୍ରମରେ ଫ୍ରେଣ୍ଡ୍ସ ୟୂତ ଏସୋସିଏସନର ସାଧାରଣ ସମ୍ପାଦକ ଶିବ ପଟ୍ଟନାୟକ ମଧ୍ୟ ଅ°ଶଗ୍ରହଣ କରିଥିଲେ । ସ୍ଥାନୀୟ ବ୍ଲକ ଅଫିସର ନିକଟରେ ଥିବା ଫ୍ରେଣ୍ଡ୍ସ ୟୂତ ଏସୋସିଏସନ ଦ୍ୱାରା ପରିଚାଳିତ ଓ ପୂଜା କମିଟିର ସଦଶ୍ୟବୃନ୍ଦ ସହ କାଳିମନ୍ଦିର ପୂଜକଗଣ ମାଆଙ୍କ ପୂଜାର୍ଚ୍ଚନା ସମୟରେ ସହଯୋଗ କରିଥିଲେ ।
ରାୟଗଡା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )