ରାୟଗଡା ଜିଲ୍ଲା ପ୍ରଶାସନ ଦ୍ୱାରା ଗାନ୍ଧୀ,ଶାସ୍ତ୍ରୀ ଜୟନ୍ତି ସହ ଲୋକକଳା ଗ୍ରାମର ବାର୍ଷିକ ଉତ୍ସବ ପାଳିତ

0 3

ରାୟଗଡା ସଦର ମହକୁମା ଠାରେ ଆଜି ଅକ୍ଟୋବର ୨ତାରିଖରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରାତଃ ୫ଘଟିକା ସମୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ରାମଧୂନ ପରିବେଷଣ କରାଯାଇଥିଲା । ସେହିପରି ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ଆଜାଦିକl ଅମୃତ ମହାତ୍ସଵ ପାଳନ ଅବସରରେ ସକାଳ ୬ଘଟିଆ ସମୟରେ ସଂକୀର୍ତନ ମାଧ୍ୟମରେ ସ୍ଥାନୀୟ ରେଳବାଇ ଷ୍ଟେସନ ଠାରୁ ଗାନ୍ଧୀ ପାର୍କ ପର୍ଯ୍ୟନ୍ତ ରାମଧୁନ ଅନୁଷ୍ଠିତ ହୋଇଥିଲା । ଗାନ୍ଧୀ ପାର୍କ ଠାରେ ଜିଲ୍ଳାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସର୍ବଧର୍ମ ପ୍ରାର୍ଥନା,ପୂଜ୍ୟପୂଜା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗଙ୍ଗାଧର ପୁଆଲା ଉପସ୍ଥିତ ରହି ଗାନ୍ଧୀ ପାର୍କ ପରିସରରେ ଥିବା ମହାପୁରୁଷଙ୍କ ପ୍ରତିମୂତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ,ପିଡି-ଡିଆରଡିଏ ଶ୍ରୀ ମହେଶ୍ୱର ଚନ୍ଦ୍ର ନାୟକ, ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ହିନ୍ଦୁ ଧର୍ମର ଧର୍ମଗୁରୁ, ମୁସଲିମ ଧର୍ମର ଧର୍ମଗୁରୁ, ଖ୍ରୀଷ୍ଟ ଧର୍ମର ଧର୍ମଗୁରୁ ଓ ଶିଖ ଧର୍ମଗୁରୁ ମନେ ଯୋଗଦାନ ଗୀତା, କରlନ,ବାଇବଲ ଓ ଗୁରୁ ଗ୍ରନ୍ଥ ସାହିବ ପାଠ କରିଥିଲେ ।


ସେହିପରି ପୂର୍ବାହ୍ନ ୧୦ଘଟିକା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ରାୟଗଡା ଜିଲ୍ଲା ସଦର ବ୍ଳକର ଲୋକକଳା ଗ୍ରାମ ଗେଟିପଡା ଠାରେ ଗାନ୍ଧୀ,ଶାସ୍ତ୍ରୀ ଜୟନ୍ତି ଓ ଲୋକକଳା ଗ୍ରାମର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ପାଳନ ହୋଇଥିଲା । ସେହିପରି ଉକ୍ତ କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ପୈାରାହିତ୍ୟ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗଙ୍ଗାଧର ପୁଆଲା,ମୁଖ୍ୟ ବକ୍ତା ଭାବେ ଶ୍ରୀ ନରେନ୍ଦ୍ର କୁମାର ମିଶ୍ର, ସମ୍ମାନୀତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀ ଲାଲବିହାରୀ ହିମିରିକା, ଆରକ୍ଷୀ ଅଧୀକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା,ଉପଜିଲ୍ଲାପାଳ ଶ୍ରୀ ପ୍ରତାପଚନ୍ଦ୍ର ପ୍ରଧାନ,ରାୟଗଡା ବିଡିଓ ଲକ୍ଷ୍ମୀ ନାରାୟଣ ସାବତ,ଲୋକକଳା ଗ୍ରାମର ସଭାପତି ସନ୍ତୋଷ ତାଣ୍ଡି ଉପସ୍ଥିତ ରହିଥିଲେ । କଳା,ସାହିତ୍ୟ,ସଂସ୍କୃତି ତଥା କଳାକାର ଗ୍ରାମର ପ୍ରତିଟି ଲୋକଙ୍କ ସାମୁହିକ ଉନ୍ନତି ଓ କଳାକାର ଗ୍ରାମର କଳାକାରମାନଙ୍କୁ ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଇ ଦେଉଥିବା ଅତିଥିମାନେ ପ୍ରକାଶ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଶ୍ରୀ ନୃସିଂହ ଚରଣ ପଟ୍ଟନାୟକଙ୍କ ସଂଯୋଜନାରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା । ସାଧାରଣ ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗେଟିପଡା ଲୋକକଳା ଗ୍ରାମର କଳାକାରମାନଙ୍କ ଦ୍ୱାରା ସମ୍ବଲପୁରୀ,ଲୋକ ନୃତ୍ୟ,ନିଶା ନିବାରଣ ଉପରେ ପଥପ୍ରାନ୍ତ ନାଟକ,ମେଲୋଡି ସହ ରାୟଗଡା ସହରର ସ୍ୱର ସାଗର,ଗାୟତ୍ରୀ କଳା ଅନୁଷ୍ଠାନ,ଚାଟିକଣା ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ,ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଏବଂ ଗେଟିପଡା ଲୋକକଳା ଗ୍ରାମର ବହୁ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ । ମହୁରୀ ଗୁରୁ କାସ୍ତା ତାଣ୍ଡି ଓ କୀର୍ତନ ଗୁରୁ ଜୟଲାଲ ତାଣ୍ଡିଙ୍କୁ ଲୋକକଳା ସମ୍ମାନରେ ସମ୍ମାନୀତ କରି ଉପଢୈାକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ନୀଳାଚଳ ମିଶ୍ର,ଶିବ ମିଶ୍ର,ଡମ୍ବୁରୁଧର ପଣ୍ଡା,ରାମଚନ୍ଦ୍ର ପାତ୍ର,ଶ୍ରୀକାନ୍ତ ବିଶ୍ୱାଳ,ରାଜେନ୍ଦ୍ର ଦୋର,ସମ୍ରାଟ ସାହୁ,ଅନନ୍ତ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ରାୟଗଡା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.