ରାୟଗଡା ପୋଲିସ ଦ୍ବାରା ଅନ୍ତରାଜ୍ୟ ଜୁଆଆଡା ଉପରେ ଚଢ଼ାଉ
୧୫ ଅଭିଯୁକ୍ତ ସହ ବିପୁଳ ପରିମାଣର ନଗଦ,୧୨ଟି ଗାଡି ଜବତ
ରାୟଗଡା ପୋଲିସ ଅନ୍ତରାଜ୍ୟ ଜୁଆଆଡା ଉପରେ ଚଢ଼ାଉ କରି ଏକ ବଡ ଧରଣର ସଫଳତା ହାସଲ କରିପାରିଛି । ଏକ ପ୍ରେସବିବୃତି ଜରିଆରେ ଜଣାଇ ଥିବା ସୂଚନା ଅନୁଯାୟୀ ତା:୩୦/୦୯/୨୦୨୧ରିଖରେ, ଗୁଣପୁର ଥାନାର ପୋଲିସ ଟିମ ସୂଚନା ପାଇ ଏକ ରେଗେଡା ଗ୍ରାମର କାଜୁ ବଗିଚା ନିକଟରେ ଜୁଆ ଖେଳ ଚାଲିଥିବା ଆଡ୍ଡା ଉପରେ ଚଢ଼ାଉରେ କରିଥିଲା ।
ଏବଂ ସେହି ସ୍ଥାନରୁ ଜୁଆ ଖେଳରେ ଜଡିତ ପନ୍ଦର ଜଣ ଅଭିଯୁକ୍ତଙ୍କୁ ଧରି ଗିରଫ କରିବାରେ ସକ୍ଷମ ହୋଇଥିଲା ।ଗିରଫ କରିବା ପରେ ସେମାନଙ୍କ ପାଖରୁ ଟ.୨,୨୫,୯୯୦/- ନଗଦ ଟଙ୍କା, ପ୍ଲାଷ୍ଟିକ୍ କେସିନୋ ଟୋକେନ, ଖେଳିବା ପାଇଁ ଦଶ ପ୍ୟାକେଟ୍ କାର୍ଡ,୧୯ଟି ମୋବାଇଲ ଫୋନ,ଦୁଇଟି ଟାର୍ପୋଲିନ ସିଟ, ଗୋଟିଏ ଏଲଇଡି ହାଲୁକା ବ୍ୟାଟେରୀ ସିଷ୍ଟମ ସହ ୧୩ଟି କାର ସହ ଗୋଟିଏ ଆଟୋ ଜବତ କରାଯାଇଛି ଯଥା ହୁଣ୍ଡାଇ ଆଇ୨୦ ଆକ୍ଟିଭ କାର,ଗୋଟିଏ ମାରୁତି ସୁଜୁକି ଡିଜାଇର,ଗୋଟିଏ ଫୋର୍ଡ ଫିଗୋ,ଗୋଟିଏ ଟୟୋଟା ଈଟିୟସ, ଗୋଟିଏ ଟାଟା ଇଣ୍ଡିକା ଭିସ୍ତା,ଗୋଟିଏ ହୁଣ୍ଡାଇ ଔରା,ଗୋଟିଏ ଭୋଲକାନ ପୋଲ,ଗୋଟିଏ ମାରୁତି ସୁଜୁକି ଡିଜାଇର,ଗୋଟିଏ ମାରୁତି ସୁଜୁକି ସିଫ୍ଟ ଡିଜାଇର ,ଗୋଟିଏ ଟାଟା ଇଣ୍ଡିକା ଭି୨,ଗୋଟିଏ ମହିନ୍ଦ୍ରା ସ୍କୋରପିଓ, ଗୋଟିଏ ମାରୁତି ସୁଜୁକି ଏର୍ଟିଗା, ଗୋଟିଏ ପିଆଗୋ ଆପେ ଅଟୋ ରିକ୍ସା ଜବତ କରିଛି ଗୁଣପୁର ପୋଲିସ । ଗିରଫ ହୋଇଥିବା ୧୫ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଛି ରାୟଗଡା ପୋଲିସ ।
ଉକ୍ତ ମାମଲାରେ ଗୁଣପୁର ପୋଲିସ ପିଏସ କେସ ନମ୍ବର ୧୪୨ ତା: ୩୦/୦୯/ ୨୦୨୧ ୟୁ/ଏସ ୩ ଓପିଜି ଆକ୍ଟ ଅନୁସାରେ ଏକ କେସ ଋଜୁ କରିଛି ।
ଉକ୍ତ ମାମଲାର ଅନୁସନ୍ଧାନ ବେଳେ ଗୁଣପୁର ପୋଲିସ ଏହା ଜାଣିପାଇଲା ଯେ ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତମାନେ ପଡୋଶୀ ପାରାଲାଖେମୁଣ୍ଡି (ଗଜପତି ଜିଲ୍ଲା) ଏବଂ ଶ୍ରୀକାକୁଲମ (ଆନ୍ଧ୍ରପ୍ରଦେଶ) ଅଞ୍ଚଳର ବୋଲି । ଅନ୍ୟ ଅଭିଯୁକ୍ତଙ୍କ ସମ୍ପୃକ୍ତି ନେଇ ଯାଞ୍ଚ ଜାରି ରଖିବା ସହ ତଦନ୍ତ ପ୍ରକ୍ରିୟା ଚଲେଇଛି ପୋଲିସ ।
ରାୟଗଡା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )