ରାୟଗଡ ପରିବାର ଅଦାଲତ ତରଫରୁ ଚିତ୍ରlଙ୍କନ ପ୍ରତିଯୋଗିତା ଆୟୋଜିତ
ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଆଦେଶକ୍ରମେ ରାୟଗଡ ପରିବାର ଅଦାଲତ ତରଫରୁ ଶିଶୁ ଦିବସ ପାଳନ ଅବସରରେ ତା.୧୪/୧୧/୨୧ ଚିତ୍ରାଙ୍କନ ପ୍ରତିଯୋଗୀତ ଆୟୋଜିତ ହୋଇଯାଇଛି l ଏହି ପ୍ରତିଯୋଗିତାରେ ରାୟଗଡ ସଦରମହକୁମା ଆଖପାଖା ବିଦ୍ୟାଳୟ ଗୁଡିକର ୧୨ ରୁ ୧୫ବର୍ଷ ବୟସ୍କ ମୋଟ ୨୬ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ l ସକାଳ ୧୦ ଘଟିକlରୁ ୧୨ଘଟିକା ମଧ୍ୟରେ ଚିତ୍ରlଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ଦୌରା ଜଜ,ରାୟଗଡ ଶ୍ରୀଯୁକ୍ତ ବିକ୍ରମ କେଶରୀ ପଟନାୟକ ଯୋଗେଦେଇ ନିଜର ବକ୍ତବ୍ୟରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ l ସେହିପରି ସମ୍ମାନିତ ଅତିଥିଭାବରେ ରାୟଗଡ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ର ପ୍ରତିଯୋଗୀଙ୍କ ନିପୁଣ ଚିତ୍ରକଳାକୁ ପ୍ରଶଂସା କରି ଭବିଷ୍ୟତରେ ସେମାନେ ଜିଲ୍ଲା ତଥା ରାଜ୍ୟର ନାମ ରୋଷନ କରନ୍ତୁ ବୋଲି କହିଥିଲେ l ପରିବାର ଅଦାଲତ ଜଜ ଶ୍ରୀଯୁକ୍ତ ଆଶିଷ କୁମାର ତ୍ରିପାଠୀ ପ୍ରାରମ୍ଭି ଅଭିଭାଷଣ ପ୍ରଦାନ କରି ପ୍ରତିଯୋଗୀତା ଆୟୋଜନ ସମ୍ପର୍କରେ ଉଲ୍ଲେଖ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ରେଜିଷ୍ଟ୍ରାର ସିଭିଲ କୋର୍ଟ,ରାୟଗଡ ଶ୍ରୀମତୀ ପ୍ରତିମା ପlତ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସେକ୍ରେଟାରୀ ଶ୍ରୀ ମନୋରଞ୍ଜନ ମିଶ୍ର, ବିଚାର ବିଭାଗୀୟ ମୁଖ୍ୟ ଶ୍ରୀ ମନୋରଞ୍ଜନ ରଞ୍ଜନ ଦାଶ ସିନିୟର ସିଭିଲ ଜଜ ଶ୍ରୀମତୀ ସତରୁପା ଶତପଥି,ପ୍ରମୁଖ ଉପସ୍ଥିତି ଥିଲେ l ଏହି ପ୍ରତିଯୋଗୀତାରେ ଶ୍ରେଷ୍ଠ ବିବେଚିତ ତିନିଜଣଙ୍କୁ ପୁରସ୍କର ପ୍ରଦାନ କରାଯାଇଥିଲା l ଏହି ପ୍ରତିଯୋଗୀତା ପ୍ରଥମ ସ୍ଥାନରେ ଜୁପିଟର ଇଣ୍ଟରନାସିନାଲ ସ୍କୁଲର ଟି.ସନମୁଖ,ଦ୍ବିତୀୟ ସ୍ଥାନରେ ସେଣ୍ଟ ଜlଭିଏର ସ୍କୁଲ ରାୟଗଡର ଶୀୟl ଟଙ୍କ ଏବଂ ତୃତୀୟ ସ୍ଥାନରେ ସେକ୍ରୀଡ଼ ହ୍ରାଟ ସ୍କୁଲର ସାଇ ଆଶ୍ରିତା ହାସଲ କରି ମୂଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ l ଏହି କୃତି ପ୍ରତିଯୋଗୀଙ୍କ ଚିତ୍ରlଙ୍କନ ମାନ୍ୟବର ଉଚ୍ଚ ନ୍ୟାୟାଳୟକୁ ପଠାଯିବ l ସେହି ତିନୋଟି ଚିତ୍ର ମଧ୍ୟରୁ ରାଜ୍ୟ ସ୍ତରରେ ମଧ୍ୟ ଚୟନ କରାଯିବ ଓ ଶ୍ରେଷ୍ଠ ଚିତ୍ର ଆସନ୍ତା ବର୍ଷ ପରିବାର ଅଦାଲତ କ୍ୟାଲେଣ୍ଡରରେ ସ୍ଥାନିତ କରାଯିବ । ଏହି ପ୍ରତି ଯୋଗୀତା ଆୟୋଜନ ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା l
ରାୟଗଡା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )