ରୀ ଆଡ଼ମିସନ ଫୀ କୁ ନେଇ ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜ ରେ ଛାତ୍ର ଛାତ୍ରୀ ଅଶାନ୍ତି

0 11

ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜ ରେ ରୀ ଆଡ଼ମିସନ ଫୀ କୁ ନେଇ ମହାବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଦେଖା ଦେଇଚ୍ଛି ଅଶାନ୍ତି l ଘଟଣା ର ସମାଧାନ ନ ହେବା ରୁ ଛାତ୍ରଛାତ୍ରୀ ମାନେ କଲେଜ ଗେଟ ସାମ୍ନା ରେ ଧାରଣା ରେ ବସିଛନ୍ତି। ଅଭିଯୋଗ ଅନୁସାରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ର ଇଂଟିଗ୍ରଟେଡ଼ ବିଇଡି ଛାତ୍ର ଛାତ୍ରୀ ମନେ ଆଡମିଶନ ଫୀ କମେଇବା ଦାବୀ କରି ରାସ୍ତା ଅବରୋଧ କରିଛନ୍ତି l ଶତାଧିକ ଛାତ୍ର ଛାତ୍ରୀ ମନେ ରାସ୍ତା ରୋକ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l କରୋନା ମହାମାରୀ ଯୋଗୁ ଦୀର୍ଘ ଦିନ ହେବା ଜଲେଜ ବନ୍ଦ ରହିଥିଲା ଏବେ ଆର୍ଥିକ ସ୍ଥିତି ଏବେ ସମସ୍ତ ଙ୍କ ଠିକ ନଥିବା ବେଳେ ଆଡ଼ମିସନ ଫୀ କୁ ବିରୋଧ କରିଛନ୍ତି ଛାତ୍ର ଛାତ୍ରୀ l ଅନ୍ୟ ଅଟୋନମୋସ କଲେଜରେ ଫି ହ୍ରାସ ପାଇଥିବା ବେଳେ ପୁରୀ ଏସ ସି ଏସ କଲେଜ ରେ ମଧ୍ୟ ଫି ହ୍ରାସ କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି।

ଅନ୍ୟପଟେ ଏହାକୁ ନେଇ ପ୍ରିନସିପାଲ କହିଛନ୍ତି ଛାତ୍ର ଛାତ୍ରୀ ମାନଙ୍କର ଫିସ ବାବଦକୁ 5ହଜାର ଟଙ୍କା କଟାଯିବ ବୋଲି କୁହାଯାଇଥିଲା କିନ୍ତୁ ଛାତ୍ର ଛାତ୍ରୀ ମାନେ ଫିସ ବାବଦକୁ ୨୫ ପ୍ରତିଶତ କଟାଯାଉ ବୋଲି ଦାବି କରୁଛନ୍ତି l ଛାତ୍ର ଛାତ୍ରୀ ମାନଙ୍କ ସହ ଆଲୋଚନା କରାଯାଇ ନିଷ୍କର୍ଷ ବାହାରକରାଯିବ ବୋଲି ପ୍ରିନସିପାଲ କହିଛନ୍ତି

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.