ରୋଟାରୀ ମିଡଟାଉନ୍ ପକ୍ଷରୁ ବିଶ୍ଵ ନିକେତନ ରେ ଦୀପାବଳି ପାଳିତ

0 12

ବ୍ରହ୍ମପୁର :ପବିତ୍ର ଦୀପାବଳି ଉସ୍ତବ କୁ ବ୍ରହ୍ମପୁର ରୋଟାରୀ କ୍ଲବ ମିଡଟାଉନ ପକ୍ଷରୁ ମହାନ୍ ସଂଘ ଦ୍ୱରା ପରିଚାଳିତ ଗୁଡ଼ସେଡ ରୋଡ ସ୍ଥିତ ବିଶ୍ବ ନିକେତନ ଜରା ନିବାସ, ବ୍ରହ୍ମପୁର ଶାଖା ଠାରେ ଅନ୍ତେବାସୀ ଙ୍କ ଗହଣରେ ନିରାଡମବର ଭାବେ ପାଳନ କରାଯାଇଥିଲା। କ୍ଲବ ସଭାପତି ସମାଜସେବୀ ଶ୍ରୀ ସୁଶାନ୍ତ କୁମାର ସାବତ ଙ୍କ ପରିଚାଳନାରେ ସମ୍ପାଦକ ଶ୍ରୀ ସଞ୍ଜୟ ସାବତ, ହରିପ୍ରସାଦ ମଳଣ।, ଉପସଭାପତି ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଗୋଦାବରୀ ପାତ୍ର, କେ ପ୍ରଭାକର ରାଓ, ଶ୍ରୀ କେ ଏନ ସୁବୁଦ୍ଧି ପ୍ରଭାକର ସାହୁ ପ୍ରମୁଖ ଯୋଗଦେଇ ପାରମ୍ପପାରିକ ପିଠା ବଣ୍ଟନ ସହ ଦୀପ ଜଳାଇ ଥିଲେ। କ୍ଲବ୍ ର ଏପରି ନିଆରା କାର୍ଯ୍ୟକ୍ରମ କୁ ବିଭିନ୍ନ ମହଲରୁ ପ୍ରସଂସା କରାଯାଇଛି। କ୍ଲବ ତରଫରୁ ବରିଷ୍ଠ ନାଗରିକ ଙ୍କ ନିମନ୍ତେ ବହୁ କାର୍ଯ୍ୟକ୍ରମ୍ ହାତକୁ ନିଆଯିବ ବୋଲି ସଭାପତି ଶ୍ରୀ ସାବତ ପ୍ରକାଶ କରିଛନ୍ତି।

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.