ରୟାଲ କ୍ଲବ ଓ ବିର୍ଶା ମୁଣ୍ଡା କ୍ଲବ ତରଫରୁ ବିଜେଡି ନେତା ଦୀପ୍ତିମାନଙ୍କୁ ସମ୍ବର୍ଦ୍ଧନା

0 5

ରାଇରଙ୍ଗପୁର :ରାଇରଙ୍ଗପୁରର ଯୁବନେତା ଦୀପ୍ତିମାନ ବଳଙ୍କୁ ନିକଟରେ ବିଜୁ ଜନତା ଦଳ ନିଲମ୍ବନ ପ୍ରତ୍ୟାହାର କରି କୋଳେଇ ନେଇଥିବା ଖବର ଦୀପ୍ତିମାନଙ୍କ ସମର୍ଥକ ଓ ଶୁଭେଚ୍ଛୁଙ୍କୁ ଉତ୍ସାହିତ କରିଛି।ସହରର ଚାରି ଆଡ଼େ ଖୁସିର ଲହରୀ ଖେଳି ଯାଇଛି।ସହରର ବିଭିନ୍ନ ଅନୁଷ୍ଠାନ ଠାରୁ ଅରମ୍ଭ କରି ଦଳୀୟ କର୍ମୀ ଓ ନେତୃ ବୃନ୍ଦ ଶ୍ରୀ ବଳଙ୍କୁ ଶୁଭେଚ୍ଛା ଓ ସ୍ୱାଗତ ଜଣେଇଛନ୍ତି।ପୁରୁଣାଘାଟୀର ରୟାଲ କ୍ଲବ, ଗଢ଼ର ତାଙ୍କର ଶୁଭେଛୁ ୧୩ ନ ୱାର୍ଡର ବୀର ବିର୍ଶା ମୁଣ୍ଡା କ୍ଲବର ସଦସ୍ୟ ତଥା ରାଇରଙ୍ଗପୁର ପୌର ପରିଷଦର ବିଭିନ୍ନ ୱାର୍ଡରେ ଥିବା ତାଙ୍କ ଶୁଭେଛୁ ମାନେ ଶ୍ରୀ ବଳଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଛନ୍ତି।ଦୀପ୍ତିମାନଙ୍କ ବିଜେଡିକୁ ପ୍ରତ୍ୟାବର୍ତ୍ତନ ବିଜେଡି କର୍ମୀ ଓ ସାଧାରଣ ଲୋକଙ୍କୁ ବହୁ ଗୁଣରେ ଉତ୍ସାହୀତ କରିଛି।ନବୀନ ପଟ୍ଟନାୟକ ଜିନ୍ଦାବାଦ, ବବି ଭାଇ ଜିନ୍ଦାବାଦ ସ୍ଲୋଗାନ ଦେଇ ଦଳୀୟ କର୍ମୀ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଶ୍ରୀ ବଳଙ୍କ ବିଜେଡିକୁ ପ୍ରତ୍ୟାବର୍ତ୍ତନ ରାଇରଙ୍ଗପୁର ରାଜନୀତିକୁ ସରଗରମ କିରିଛିI

ଇପିଏ ରୁ ନିଗମାନନ୍ଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.