ଶିଶୁ ସୁରକ୍ଷା ଅଧିକାର ସମ୍ପର୍କରେ ସଚେତନ କରିବା ପାଇଁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ

0 15

ଯାଜପୁର :ରାଜ୍ୟରେ ଶିଶୁ ସୁରକ୍ଷା ଅଧିକାର ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଆରମ୍ଭ ହୋଇଛି ୪୦ ଦିନିଆ ସ୍ୱତନ୍ତ୍ର ଅଭିଯାନ। ଏହି କ୍ରମରେ ଏକ ରଥ ଯାଜପୁର ଜିଲ୍ଲାପାଳ ଅଫିସ ନିକଟରୁ ବାହାରି ଶିଶୁ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରିବ। ଏହି ଅବସରରେ ଓଡିଶା ଶିଶୁ ଅଧିକାର ସୁରକ୍ଷା ର ଆୟୋଗ ଅଧକ୍ଷା ସଂଧ୍ୟାବତୀ ପ୍ରଧାନ ଯୋଗ ଦେଇ ଶିଶୁ ସୁରକ୍ଷା ସମ୍ପର୍କରେ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ମତ ଦେଇଥିଲେ।

ଯେଉଁଠି ବି ଶିଶୁ ମାନଙ୍କ ଅଧିକାର କ୍ଷୁର୍ଣ୍ଣ ହେଉଛି ସେଠି ତୁରନ୍ତ ଆୟୋଗ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମ ରେ ଓଡିଶା ଶିଶୁ ଅଧିକାର ସୁରକ୍ଷାର ସଦସ୍ୟା ଦିବ୍ୟା ଶାଶ୍ଵତୀ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଅକ୍ଷୟ କୁମାର ମଲ୍ଲିକ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ପ୍ରମୁଖ ଯୋଗ ଦେଇ ଜିଲାରେ ଶିଶୁ ସୁରକ୍ଷା ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ଶ୍ରୀମତୀ ପ୍ରଧାନ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଯାଜପୁର ଇପିଏ ରୁ ସୁରେଶ କର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.