ଶେଷ ନିଷ୍କର୍ସ- ନଇଘାଟ ରେ ଆୟୋଜିତ ହେବ ନାହିଁ ଛଠ ପର୍ବ
ରାଇରଙ୍ଗପୁର ଛଠ ପୂଜା କମିଟିର ଏକ ବିଶେଷ ବୈଠକ ରେ ନିଷ୍ପତ୍ତି ନିଆଗଲା ଯେ କୋରୋନା କଟକଣା କୁ ଦୃଷ୍ଟିପାତ କରି ଏହି ବର୍ଷ ମଧ୍ଯ ଛଠ ପର୍ବ ଖଡକାଇ ନଇ ରେ ଆୟୋଜିତ କରାଯିବ ନାହିଁ। ସଭାପତି ବିଜୟ ରାମ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ବୈଠକ ରେ ସମସ୍ତ କାରଣଗୁଡ଼ିକ ଆଲୋଚନା ପରେ , ଉପସ୍ଥିତ ସମସ୍ତ ସଦସ୍ଯଙ୍କ ମତାନୁସାର ଏହି ନିଷ୍ପତ୍ତି ନିଆଗଲା। ପୁଲିସ ଓ ପ୍ରଶାସନ ସହିତ ଚର୍ଚ୍ଚା ପରେ ଏବଂ କୋରୋନା ର ଭଯାବହତା ସହିତ ଭକ୍ତ ଓ ଉପାସକ ମାନଙ୍କ ସୁରକ୍ଷା ନିମନ୍ତେ ଏହି ଫଇସଲା କରାଗଲା। ଏହା ସହିତ ସମସ୍ତ ଭକ୍ତ ଓ ଉପାସକ ମାନଙ୍କ ଅବଗତି ନିମନ୍ତେ ଯୋଜନା କରାଗଲା। ଉପସଭାପତି ଅବଧେଶ ମିଶ୍ର ,ସଂତୋସ ସିଂହ , ସଂପାଦକ ରାଜେଶ ପ୍ରଜାପତି, ଛୋଟୁ ୟାଦବ,ମୟୁର ଗୁପ୍ତା,ପ୍ରଦୀପ ଶର୍ମା,ରଂଜୀତ ରାମ, ବୈଦ୍ୟନାଥ ସାଓ ଓ ଅନ୍ଯାନ୍ଯ ସଦସ୍ଯ ମାନେ ଉପସ୍ଥିତ ରହି ସମସ୍ତ ଭକ୍ତ ଓ ଉପାସକ ମାନଙ୍କୁ ଗୋଟିଏ ବାର୍ତ୍ତା ଦେଇଛନ୍ତି, ଏହି ବର୍ଷ ଛଠ ପୂଜା ଘରେ କରନ୍ତୁ,,,,ଘରେ ରୁହନ୍ତୁ:ସୁରକ୍ଷିତ ରୁହନ୍ତୁ।
ରାଇରଙ୍ଗପୁର ଇପିଏ ରୁ ନିଗମାନନ୍ଦ ପଟ୍ଟନାୟକ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )