ଶେଷ ହୋଇଛି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା।

0 50

କଡା ସୁରକ୍ଷା ବଳୟ ମଧ୍ୟରେ ମା ମାଣିକେଶ୍ୱରୀ ଙ୍କ ଛତର ମନ୍ଦିରକୁ ପ୍ରତ୍ୟାବର୍ତ୍ତନ।
କୋରୋନା କଟକଣା ମଧ୍ୟରେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବାନୀପାଟଣାରେ ୧୪୪ ଧାରା ଲାଗୁ କରାଯାଇଥିଲା।କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ଦର୍ଶନକୁ ବାରଣ କରାଯାଇ ସହରକୁ ଚାରିପଟେ ସିଲ କରି ଦିଆ ଯାଇଥିଲା।
ଭୋରରୁ ଜେନଖାଲ ଠାରୁ ମାଣିକେଶ୍ବରୀଙ୍କ ବିଜୟ ପ୍ରତିମା ଛତର ମନ୍ଦିର ଅଭିମୁଖେ ବାହାରିଥିଲା। କଟକଣା ଅନୁଯାୟୀ ଛତ୍ର ବାହକ ମୁଣ୍ଡ ଚିନା ଜେନାବାଦ୍ୟକାର ଓ ମାଁଙ୍କ ପ୍ରିୟ ବାଦ୍ୟ ଘୁମୁର ଦଳ ଯାତ୍ରାରେ ସାମିଲ ହୋଇଥିଲା।ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ରାତ୍ର ୮ରୁ ଆଜି ସନ୍ଧ୍ୟା ୪ଟା ଯାଏ ଭବାନୀପାଟଣା ସହରରେ ୧୪୪ ଧାରା ବଳବର୍ତ୍ତର ଥିବା ବେଳେ ଭବାନୀପାଟଣା ସହର କୁ ପ୍ରବେଶ ଉପରେ କଟକଣା ଲଗାଇଥିଲା ଜିଲ୍ଲା ପ୍ରଶାସନ।ସେପଟ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

କଳାହାଣ୍ଡି ଜିଲ୍ଲା ଇପିଏରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.