ଶ୍ରୀକ୍ଷେତ୍ର ରୁ ଆରମ୍ଭ କରିଛି ବିଜେଡି ତାର ପଂଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି

0 24

ପାଖେଇ ଆସୁଛି ପଂଚାୟତ ଓ ପୌର ନିର୍ବାଚନ । ଏ ନେଇ ବିଜୁ ଜନତା ଦଳ ନିଜର ପ୍ରସ୍ତୁତି ଆରମ୍ଭ କରିଛି। ଶ୍ରୀକ୍ଷେତ୍ର ପୁରୀ ରୁ ଏହି ଅଭିଯାନ ଆରମ୍ଭ କରିଛି ବିଜେଡି। ପୌର ଓ ପଂଚାୟତ ନିର୍ବାଚନ ରେ ଦଳ କିଭଳି ବିପୁଳ ସଫଳତା ହାସଲ କରିବ, ଭୋଟର ମାନଙ୍କୁ କିଭଳି ହାତ ରେ ରଖି ହେବ , ବିରୋଧୀ ଦଳ ଙ୍କ ସରକାର ଙ୍କ ବିପକ୍ଷରେ କରୁଥିବା ବିଭିନ୍ନ ଅପ୍ରପ୍ରଚାର କୁ କିଭଳି ମୁକାବିଲା କରିହେବ ସେ ନେଇ ବରିଷ୍ଠ ନେତା ମାନେ ଗୁରୁମନ୍ତ୍ର ପ୍ରଦାନ କରିବା ପାଇଁ ପୁରୀ ରେ ଆରମ୍ଭ ହୋଇଛି ଦୁଇ ଦିନିଆ ବିଜୁ ଯୁବ ଛାତ୍ର ଜନତା ଦଳ ପ୍ରଶିକ୍ଷଣ ଶିବିର ।

ପୁରୀ ର ବାଲିଘାଇ ଠାରେ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିରରେ ବିଜେଡି ର ବହୁ ତୁଙ୍ଗ ନେତା ଯୋଗ ଦେଇଛନ୍ତି। ବିଜୁ ଜନତା ଦଳର ସଂଗଠନ କୁ ଆହୁରି ମଜବୁତ କରିବା ପାଇଁ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଦୁଇ ଦିନ ଧରି ପୁରୀ ରେ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ଶିବି ଆୟୋଜନ ହୋଇଛି। ୨୬ ଓ ୨୭ ତାରିଖ ଦୁଇ ଦିନ ଏହି ପ୍ରଶିକ୍ଷଣ ଶିବିର ପୁରୀ ରେ ଅନୁଷ୍ଠିତ ହେଉଛି। ଏହି ୨ ଦିନିଆ ପ୍ରଶିକ୍ଷଣ ଶିବିରରେ ଯୁବ ଛାତ୍ର ଜନତା ଦଳର ସମସ୍ତ ରାଜ୍ୟ କର୍ମକର୍ତା, ଜିଲ୍ଲା ସଭାପତି ,ବ୍ଳକ , ଏନ ଏ ସି , ମୁନ୍ସୀ ପାଲିଟି, ସଭାପତି ଙ୍କ ସମେତ ଜିଲ୍ଲା ଡିଜିଟାଲ ସେକ୍ରେଟାରୀ ମାନେ ଉପସ୍ଥିତ ରହିଛନ୍ତି । ବିଜୁ ଜନତା ଦଳର ସାଙ୍ଗଠିନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅୟୋଜନ ହୋଇଛି।

ପୁରୀ ଇପିଏ ରୁ ସୌଭାଗ୍ୟ ପଟନାୟକଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.