ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ଶ୍ରୀରାମ ଚରିତ ନବାହ୍ନ ପାରାୟଣ

0 5

ପୁରୀ : ଶାରଦା ଦେବୀ ରୋଡ଼ ସ୍ଥିତ ସୁନ୍ଦରକାଣ୍ଡ ଭବନ ପରିସରରେ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ଆୟୋଜିତ ସଙ୍ଗୀତମୟ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଜାରି ରହିଛି l
ଏହି ଅବସରରେ ଶ୍ରୀରାମ ସୁନ୍ଦରକାଣ୍ଡ ସତସଙ୍ଗ ପରିବାର ସଦସ୍ୟ ମାନେ ଏକତ୍ରିତ ହୋଇ ନିଷ୍ଠାର ସହିତ କିପରି ସାରା ବିଶ୍ୱରୁ କରୋନା ମହାମାରୀ ଦୂର ହେଉ ଏବଂ ଗୋମାତା ଙ୍କ ସୁରକ୍ଷା ନିମନ୍ତେ ପ୍ରାର୍ଥନା କରିବା ସହିତ ରାମାୟଣ ପାଠ କରିଥିଲେ |ଟ୍ରଷ୍ଟ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଓ ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଓ ସତସଙ୍ଗ ପରିବାରର ସଦସ୍ୟ | କାର୍ତ୍ତିକ ପଣ୍ଡା, ଗଣେଶ୍ୱର ପଣ୍ଡା, ଲଷ୍ମୀପ୍ରିୟା ପଣ୍ଡା,ଅଞ୍ଜଳି ମୁଣ୍ଡ,ଶିବାନୀ ପଣ୍ଡା, ମନୋଜ କୁମାର ପଣ୍ଡା, ବିଭୂ ପ୍ରସାଦ ପଣ୍ଡା, ନାରାୟଣ ପଣ୍ଡା, ଅର୍ପିତା ପ୍ରିୟଦର୍ଶିନୀ ପଣ୍ଡା, ସାଂନଭି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ |

ପୁରୀ ଇପିଏ ରୁ ସୌଭାଗ୍ୟ ପଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.