ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜନ୍ମ ଶତ ବାର୍ଷିକର ଶୁଭ ଉଦଘାଟନ

0 15

ଅଦିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଭୂ ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜନ୍ମ ବାର୍ଷିକର ଶୁଭ ଉଦଘାଟନ ହୋଇଯାଇଛି ।ବିଦ୍ୟାଳୟ ପରିଚାଳନା କମିଟୀର ଚ୍ୟାରମେନ ଡ. ଜ୍ୟୋତି ରଂଜନ ବହିଦାରଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ପରିଚାଳନା ହୋଇଥିଲା । ଏଥିରେ ଜିଲ୍ଲା ସଂଯୋଜକ ଶ୍ରୀ ମଦନ ମୋହନ ଦାନୀ , ବରିଷ୍ଠ ସଭ୍ୟ ଶ୍ରୀ ଶ୍ୟାମ ସୁନ୍ଦର ଅଗ୍ରଓ୍ବାଲ , ବରିଷ୍ଠ ସଭ୍ୟ ଶ୍ରୀ ହରିନାରାୟଣ ତ୍ରିପାଠୀ ଯଥାକ୍ରମେ ମୁଖ୍ୟ ଅତିଥି ଏବଂ ସମ୍ମାନୀୟ ଅତିଥି ଭାବରେ ଯୋଗଦେଇଥିଲେ । ମୁଖ୍ୟ ଅତିଥିଙ୍କ ଦ୍ବାରା ମା ଶ୍ରୀ ଅରବିନ୍ଦଙ୍କ ଫଟୋ ନିକଟରେ ପ୍ରଦୀପ ପ୍ରଜ୍ବଳନ ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଛାତ୍ରୀ ଭୋଗସ୍ମୀତା ତାଣ୍ଡୀ, ରୀମା ପ୍ରଧାନ ଓ ସ୍ନେହା ପାଣିଗ୍ରାହୀ ଶ୍ରୀ ଅରବିନ୍ଦଙ୍କ ଜୀବନ ଉପରେ ବକ୍ତବ୍ୟ ରଖିଥିଲେ ।ଅଧ୍ୟାପକ ଚିନ୍ମୟାନନ୍ଦ ପାତ୍ର ଏବଂ ଅଧ୍ୟାପିକା ତ୍ରୀବେଣୀ ଅଗ୍ରଓ୍ବାଲ ଶ୍ରୀ ଅରବିନ୍ଦଙ୍କ ଦର୍ଶନ ଉପରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ସ୍ଥାନୀୟ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଡ. କିରଣବାଳା ଦାସ ପାଠଚକ୍ର ଉପରେ ଆଲୋଚନା କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଲିଖିତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିଠୁ ଅଗଷ୍ଟ୧୫ ୨୦୨୨ ହି କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ଅନୁଷ୍ଠାନରେ ପାଳନ କରାଯିବାର ପ୍ରସ୍ତାବ ଗୃହିତ ହୋଇଛି ।ସଭାରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବହୁ ବୁଦ୍ଧିଜିବୀ ଯୋଗଦେଇଥିଲେ ।ଏହି ସଭାରେ ଅଣ ଶିକ୍ଷକ କର୍ମଚାରୀ ସୁନୀଲ କୁମାର ମିଶ୍ର ଓ ବାବୁଲାଲ ନାଏକ ସହଯୋଗ କରିଥିଲେ l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.