ପୁରୀ : ଓଡିଶାର ୪କୋଟି ଓଡ଼ିଆ ଙ୍କ ଆରାଧ୍ୟ ଦେବତା ଓ ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ଙ୍କ ମନ୍ଦିରରେ ଥିବା ରତ୍ନ ଭଣ୍ଡାର କାହିଁକି ୩୦ବର୍ଷ ବିତିଥିଲେ ବି ଖୋଲାଯାଇ ନାହିଁ ? ପୁରୀ ସହର ଓ ଓଡ଼ିଶାର ଛାତ୍ର ସମାଜ ଜାଣିବାକୁ ଚାହେଁ ଇତିହାସରେ ମଣ୍ଡିତ ରାଜାଙ୍କ ରାଜ୍ୟ ବିଜୟୀ ପରେ ନାନାଦି ଅଳଙ୍କାର ଓ ରତ୍ନ ଆଣି ରତ୍ନ ଭଣ୍ଡାରରେ ରଖନ୍ତି ଉତ୍କଳର ରାଜା ଗଣ | ଆଜିର ଛାତ୍ର ସମାଜ ଜାଣିବାକୁ ଚାହେଁ ଲୋପ ପ୍ରାୟ ଇତିହାସ ରଚିତ କେଉଁ କେଉଁ ହୀରା, ନୀଳା ଓ ରତ୍ନ ଅଳଙ୍କାର ମନ୍ଦିରର ମନ୍ଦିର ର ରତ୍ନ ଭଣ୍ଡାରରେ ଗଛିତ ଅଛି | ଗଲା ବହୁ ବର୍ଷ ପୂର୍ବେ ରତ୍ନ ଅଳଙ୍କାର ଯାଞ୍ଚ ହୋଇଥିବା ବେଳେ ଆଜି ପଯ୍ୟନ୍ତ କାହିଁକି ଆଉ ଯାଞ୍ଚ ହେଉନାହିଁ ଏହା ଛାତ୍ର ସମାଜ ମନରେ ଏବେ ଗୋଟେ ପ୍ରଶ୍ନବାଚୀ ! ଆମେ ଦେଖିଛୁ ରତ୍ନଭଣ୍ଡାର ଚାବି କୁ ନେଇ ତୁମ୍ବି-ତୋଫାନ | ଚାବି କୋଉଠି ମିଳୁ ନଥିବା ବେଳେ ହଠାତ ଚାବି ମିଳିବା ଏକ ଆଶ୍ଚର୍ଯ୍ୟ ଥିଲା | ଏହି ଚାବି ପକୃତରେ ରତ୍ନଭଣ୍ଡାର ର ଚାବି କି ନାହିଁ ଏହା ମଧ୍ୟ ଆଜି ପଯ୍ୟନ୍ତ ଯାଞ୍ଚ କରାଗଲା ନାହିଁ | ଆଉ ଏବେ ମିଳିଥିବା ସୂଚନା ଅଧିକାର ବଳରେ ସମସ୍ତ ତଥ୍ୟ ସହ ସାରାକର ଓ ପ୍ରଶାସନର ଉତ୍ତର ଏବଂ ତଥ୍ୟ କୁ ମିଳାଇଲେ ଏହାର ସାମଞ୍ଜସ୍ୟ ରହୁନାହିଁ | ଏଣୁ ଏହା ଏବେ ସନ୍ଦେହର ବିଷୟ ପାଲଟି ଯାଇଛି | କହି ରଖିବାକୁ ଚାଁହୁ ସାନ ୨୦୧୮ ମସିହା ଜୁନ ୬ ତାରିଖରେ ଚାବି ହଜିବା ଘଟଣା କୁ ନେଇ ଓଡିଶା ସରକାର ଜଣେ ଅବସର ପ୍ରାପ୍ତ ବିଚାରପତି “ରଘୁବୀର ଦାସ” ଙ୍କୁ ତଦନ୍ତ କମିଶନ ନିଯୁକ୍ତି କରିଥିଲେ | ଏହାପରେ ତଦନ୍ତ କମିଶନ ୩୨୪ପୃଷ୍ଠାର ଏକ ରିପୋର୍ଟ ପ୍ରସ୍ତ୍ରୁତ କରି ୨୦୧୮ ମସିହା ନଭେମ୍ବର ୨୮ତାରିଖରେ ରାଜ୍ୟ ସରକାର ଙ୍କୁ ଏହି ରିପୋର୍ଟ ପ୍ରଦାନ କରିଥିଲେ | ଯାହା ଆଜିସୁଦ୍ଧା ସାର୍ବଜନୀନ ହୋଇପାରିନାହିଁ | ଏହି ତଦନ୍ତ କମିଶନ ନିମନ୍ତେ ରାଜ୍ୟ ରାଜକୋଷ ରୁ ୨୨ଲକ୍ଷ ୨୭ହଜାର ୯୧୮ଟଙ୍କା ଖର୍ଚ୍ଚ ହୋଇଥିଲା | ଏହା ସହ ଗଣମାଧ୍ୟମ ରେ ଦେଖାଉଥିବା ସୂଚନା ଅଧିକାର ନିୟମ ବଳରେ ମିଳିଥିବା ତଥ୍ୟରେ ହଜି ଯାଇଥିବା ଚାବି ରେକର୍ଡ ରୁମରୁ ମିଳିଥିଲା ଏହା ଜ଼ିଲ୍ଲାପାଳ ସୂଚନା ଦେଇଥିବା ବେଳେ, ସୂଚନା ଅଧିକାର ତଥ୍ୟ ଅନୁସାରେ ରତ୍ନଭଣ୍ଡାର ର ଆସିଲି କିମ୍ବା ନକଲି ଚାବି ରଖାଯାଇଥିବା କୌଣସି ତଥ୍ୟ ଉପଲବ୍ଧ ନାହିଁ | ଏଣୁ ଏହା ଚିନ୍ତାର ବିଷୟ କି ରତ୍ନ ଭଣ୍ଡାର ଅଳଙ୍କାର ସୁରକ୍ଷିତ ନା ଏହା ଚୋରି ହୋଇଛି ? ଜଗନ୍ନାଥ ମନ୍ଦିର ସ୍ୱତ୍ୱଲିପି ରେ ପ୍ରତି ୩ବର୍ଷକୁ ଥରେ ରତ୍ନ ଭଣ୍ଡାର ର ରତ୍ନ ଅଳଙ୍କାର ଗଣତି ଓ ଯାଞ୍ଚ ହେବା ନିୟମ ଥିବା ବେଳେ ଆଜିକି ୪୪ବର୍ଷ ବିତିଥିଲେ ମଧ୍ୟ ଏହାର ଯାଞ୍ଚ ହେଉନାହିଁ | ସରକାର କାହିଁକି ପଚାଉଛନ୍ତି ? ନିୟମ ଅନୁଯାଇ ପ୍ରତି ୩ବର୍ଷ ରେ କାହିଁକି ଯାଞ୍ଚ କରାଯାଉ ନାହିଁ ? ସବୁ ପ୍ରଶ୍ନକୁ ନଜର କଲେ ଲାଗୁଛି ଯେମିତି ରତ୍ନ ଭଣ୍ଡାର ରୁ ସମସ୍ତ ରତ୍ନ ଅଳଙ୍କାର ସରକାର ଚୋରେଇ ନେଇଛନ୍ତି | ପୁରୀ ସହରର ଅନେକ ଜାଗା ଅଖାଡା ଇତିହାସରେ ଲିପିବଦ୍ଧ କି ଜଗନ୍ନାଥ ଙ୍କୁ ସୁରକ୍ଷା ଦେବାରେ ପୁରୀର ୭ଆଖଡ଼ାର ବଳିଆନ ଯୁଆନ ଶ୍ରୀ ଜଗନ୍ନାଥଙ୍କ ସମ୍ପତ୍ତି ଓ ମନ୍ଦିର କୁ ସୁରକ୍ଷା ଦିଅନ୍ତି | ଇତିହାସ ରେ ଅନେକ ରାଜା ଜଗନ୍ନାଥ ଙ୍କ ମନ୍ଦିର ଉପରେ ଆକ୍ରମଣ କରିଥିବା ଆମେ ପଢିଛୁ | ଆଜି ଯେମିତି ଲାଗୁଛି ସତରେ କଣ ବଳିଗଲା ଆଜିର ଏହି ପ୍ରଶାସନ ଓ ସରକାର ଲୁଟି ନେଇଛି କି ସବୁ ରତ୍ନ ଭଣ୍ଡାରର ରତ୍ନ ଓ ଅଳଙ୍କାର | ଆଜି ଛାତ୍ର କଂଗ୍ରେସର ଏହି ପ୍ରତିବାଦ ଶୋଭାଯାତ୍ରା ରେ ଆସି ଛାତ୍ର ସମାଜ ଦାବି କରୁଛି କି “ରଘୁବୀର ଦାସ” ତଦନ୍ତ କମିଶନ ଙ୍କ ସମସ୍ତ ତଥ୍ୟ ପ୍ରଶାସନ ଓ ସରକାର ସାର୍ବଜନୀନ କରନ୍ତୁ | ତୁରନ୍ତ ରେକର୍ଡ ରୁମରୁ ମିଳିଥିବା ଚାବି ରତ୍ନ ଭଣ୍ଡାରର କି ନାହିଁ ଏହାର ପରୀକ୍ଷା ବା ଯାଞ୍ଚ କରାଯାଉ | ସର୍ବଶେଷ ରେ ଛାତ୍ର ସମାଜ ଜାଣିବାକୁ ଚାହେଁ ପକୃତରେ କେତେ ରତ୍ନ ଗଛିତ ଅଛି ଏବଂ କେଉଁ କେଉଁ ରତ୍ନ ରତ୍ନ ଭଣ୍ଡାର ରେ ସୁରକ୍ଷିତ ଅଛି ଏହାର ଯାଞ୍ଚ ଓ ଗଣତି ନିମନ୍ତେ ତୁରନ୍ତ ରତ୍ନ ଭଣ୍ଡାର ଫିଟିଆ ଯାଉ |
ତେଣୁ ଛାତ୍ର କଂଗ୍ରେସର ଛାତ୍ର ସମାଜ ତରଫରୁ ତୁରନ୍ତ ସମସ୍ତ ଦାବି କୁ ରକ୍ଷା କରି ପ୍ରଶାସନ ଓ ସରକାର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ନଚେତ ଆଗାମୀ ଦିନରେ ବଡ ଧାରଣର ଆନ୍ଦୋଳନ କରି ଛାତ୍ର ସମାଜ ରାଜରାସ୍ତାକୁ ଓଲ୍ହାଇବ ସହ ପୁରୀ ବନ୍ଦ ଡାକରା ଦେବ | ଯୁବନେତା ଆଲୋକ କୁମାର ଦାଶ ଙ୍କ ନେତୃତ୍ୱରେ ରେ ଛାତ୍ର କଂଗ୍ରେସ ଜ଼ିଲ୍ଲା ପୂର୍ବତନ ସଭାପତି ଆଶୁତୋଷ ମିଶ୍ର, ବସ୍ତି ନେତା ମନୋଜ ମଣ୍ଡଳ, ଅନିଲ ବେଜ ଙ୍କ ତତ୍ଵାବଧାନ ରେ ଛାତ୍ର କଂଗ୍ରେସ ର ନେତା ଅଗଷ୍ଟିନ ଜୋସେଫ, ବିକ୍ରମ ପ୍ରଧାନ, ରୀଶାନ ଦାଶ, ସୋମନାଥ ନାୟକ, ଅଜୟ କୁମାର ବେହେରା, ବିଶ୍ୱ ରଞ୍ଜନ ବିଶୋଇ ଓ ଲୋକନାଥ ଦାଶ ଙ୍କ ସହ ଅନ୍ୟ ସଦସ୍ୟ ଗଣ ଏକାଠି ହୋଇ ଜ଼ିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ l
ଇପିଏ ରୁ ଉଗ୍ରସେନ କର୍ମୀ ମିଶ୍ର ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )