ସତ୍ୟନଗର ଲେଡଜ୍ ଫୋରମ ତରଫରୁ ଶୋକସଭା
ଭୂବନେଶ୍ୱର : ସତ୍ୟନଗର ଲେଡ଼ିଜ୍ ଫୋରମ ତରଫରୁ ଦିବଙ୍ଗତ ସାମ୍ବାଦିକ ଅରିନ୍ଦମଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ସଭାରେ ସାମ୍ବାଦିକ, ସାମାଜିକ କର୍ମୀ ଏବଂ ସତ୍ୟନଗର ବିଶିଷ୍ଟ ବ୍ୟକ୍ତି ଆଉ ସତ୍ୟନଗର ଲେଡ଼ିଜ୍ ଫୋରମର ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି ସଭାରେ କିଛି ଛୋଟପିଲାଙ୍କୁ ପୁସ୍ତକ, ଖାତା, ପେନ୍ସିଲ୍ ଇତ୍ୟାଦି ପ୍ରଦାନ କରାଯାଇଥିଲା । ସତ୍ୟନଗର ଲେଡ଼ିଜ୍ ଫୋରମର ସମ୍ପାଦିକା ଶ୍ରୀମତୀ ଅନୁରାଧା ଦାଶ କହିଥିଲେ ଅରିନ୍ଦମ୍ଙ୍କ ଭଳି ଆଉ କେହି ସାମ୍ବାଦିକ ମିଳିବେନି ବୋଲି ସେ ବହୁତ ଦୁଃଖ ପ୍ରକାଶ କରିଥିଲେ । ପରିଶେଷରେ ତାଙ୍କର ଏହି ଶୋକସଭାରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।
ଭୂବନେଶ୍ୱର ଇପିଏ ରୁ ବିରୁ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )