ସମ୍ବିଧାନ ଦିବସ ପାଳିତ

0 7

ଛତ୍ରପୁର: ଛତ୍ରପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ ପାର୍ଟି ଆନୁକୂଲ୍ୟରେ ଛତ୍ରପୁରବ୍ଳକ୍ ଅନ୍ତର୍ଗତ କଣମଣା ପଞ୍ଚାୟତ ର ପୁରୁଣା ଛତ୍ରପୁର ଗ୍ରାମରେ ରାଜ୍ଯ ଅନୂସୂଚିତ ଜାତି ସେଲ ସଂଯୋଜକ ଭାଗୀରଥୀ ବେହେରା ଙ୍କ ନେତୃତ୍ଵରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଭାରତର ସମ୍ବିଧାନ ପ୍ରଣେତା ଡଃ ବି. ଆର୍. ଆମ୍ବେଦକର ଙ୍କ ଜୟନ୍ତୀ ଦିବସ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତି ଚାରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଗଞ୍ଜାମ ବ୍ଲକ ସଭାପତି ଏନ.ଗଣେଶ ରେଡ୍ଡି ଯୋଗଦେଇ ଉପସ୍ଥିତ କଂଗ୍ରେସ କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ସଭାରେ ପୂର୍ବତନ ସରପଞ୍ଚ ତଥା ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ର ବ୍ଲକ ସଭାପତି ଟି. କ୍ରିଷ୍ଣା ରେଡ୍ଡି, ନଗର ସଭାପତି ଜି. ଶ୍ରୀନିବାସ ରାଓ, ଗଞ୍ଜାମ ନଗର ସଭାପତି ବୁଲୁ ରେଡ୍ଡି, ବରିଷ୍ଠ ଆଇନ୍ ଜୀବୀ ବାବୁ ନାହକ,ଯୁବ କଂଗ୍ରେସ ନେତା ଭବାନୀ ବେହେରା, ଚନ୍ଦ୍ର ଶେଖର ରେଡ୍ଡି, ଛାତ୍ର ନେତା ମହେଶ କୁମାର ଗୌଡ଼, ଚକ୍ରପାଣି ପଲାଇ,
ମୁନା ଦାସ୍ ପର୍ଶୁରାମ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

ଛତ୍ରପୁର ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.