ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହେଲଥ୍ ସ୍ମାର୍ଟ କାର୍ଡ ନାମରେ ରାଜ୍ୟବାସୀଙ୍କୁ ଦିନରେ ଲଣ୍ଠନ ଦେଖାଉଛନ୍ତି : ରଶ୍ମିରଞ୍ଜନ ପଟନାୟକ (ରାଜ୍ୟ କିଶାନ କଂଗ୍ରେସ)

0 120

ରାଜ୍ୟ କିଶାନ କଂଗ୍ରେସ ଦାୟିତ୍ୱରେ ରହିଥିବା ରଶ୍ମି ରଞ୍ଜନ ପଟନାୟକ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ କରିଛନ୍ତି ।ରାଜ୍ୟ ସରକାର ଏହା ପୂର୍ବରୁ ଏଭଳି ଜନସାଧାରଣଙ୍କ ନିମନ୍ତେ ଏକ ଯୋଜନା କରିଥିଲେ ଏବଂ ତାହା ଶୋଚନୀୟ ଭାବେ ବିଫଳ ହୋଇଥିଲା । ସରକାର ପୁଣିଥରେ ସ୍ୱାସ୍ଥ୍ୟସେବା ଯୋଗାଇବା ନାମରେ ଯୋଜନା କରି ରାଜ୍ୟବାସୀଙ୍କୁ ଭୂୟାଁ ବୁଲାଇବା ପ୍ରକ୍ରିୟା ଆରମ୍ଭ କରିଛନ୍ତି ।ଗତ ୪ତାରିଖରେ ମୁଖମନ୍ତ୍ରୀ ନବୀନ ପଟନାୟକ ଗଜପତି ଜିଲ୍ଲା ଗ୍ରସ୍ତ କରି ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏଥି ନିମନ୍ତେ ୯ଜଣ ମନ୍ତ୍ରୀଙ୍କ ୁ ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳ ଗୁଡିକରେ ବଣ୍ଟନ କିରାବ ନିମନ୍ତେ ନିୟୋଜିତ କରିଛନ୍ତି । ଯେ କୌଣସି ନିର୍ବାଚନ ପୂର୍ବରୁ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ନଦେଇ କେବଳ ଭୋଟ ହାତେଇ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଏଭଳି ପ୍ରଲୋଭନୀୟ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ପ୍ରାଥମିକତା ଦେଇଥାନ୍ତି । ଏହାପୂର୍ବରୁ ନିର୍ବାଚନ ସମୟରେ ଜନସାଧାରଣଙ୍କ ନିମନ୍ତେ ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି । ତାର ପରବର୍ତ୍ତି ସମୟରେ ଉକ୍ତ ଯୋଜନା ଗୁଡିକ କେତେ ଦୂର କାର୍ଯ୍ୟକାରୀ ହୋଇଛି ତାହା ରାଜ୍ୟବାସୀ ସମ୍ପୂର୍ଣ୍ଣ ଭାବେ ଅବଗତ ଅଛନ୍ତି ।

ଶ୍ରୀ ପଟନାୟକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହେଲଥ୍ ସ୍ମାର୍ଟ କାର୍ଡର ଆର୍ଥିକ ବୈଧତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ବୋଲି ଗଣମାଧ୍ୟମକୁ କହିଛନ୍ତି । ସରକାର ଏହି ଯୋଜନାରେ ୯୬ଲକ୍ଷ ପରିବାରର ସାଢେ ୪କୋଟି ସଦସ୍ୟକୁ ସାମିଲ କରିଛନ୍ତି ବୋଲି ଘୋଷଣା କରିଛନ୍ତି । ଏହି ଯୋଜନାରେ ପୁରୁଷ ମାନଙ୍କୁ ୫ଲକ୍ଷ ଓ ମହିଳାଙ୍କୁ ୧୦ଲକ୍ଷ ପର୍ଯ୍ୟନ୍ତ ବିନାଦେୟରେ ସରକାରୀ ଓ ଚୁକ୍ତିବଦ୍ଦ ହୋଇଥିବା ଘରୋଇ ହସ୍ପିଟାଲ ଗୁଡିକରେ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯିବ ବୋଲି ଉଲ୍ଲେଖ କରିଛନ୍ତି । ଲୋକଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ ନିମନ୍ତେ ରାଜ୍ୟ ଓ ବାହାର ରାଜ୍ୟ ଯେଉଁ ଘରୋଇ ହସ୍ପିଟାଲ ଗୁଡିକ ସହ ଚୁକ୍ତିବଦ୍ଧ ହୋଇଛନ୍ତି ତାର ସମୂର୍ଣ୍ଣ ବିବରଣୀ ଏବଂ ସେଗୁଡିକ ଏଆଇସିଟିଇ ଓ ମେଡିକାଲ କାଉନସିଲ ର ବୈଧତା ପ୍ରାପ୍ତ କି ନାହିଁ ତାହା ସ୍ପଷ୍ଟ କରିନାହାନ୍ତି । ରାଜ୍ୟ ସରକାରଙ୍କ ୨୦୨୦-୨୧ ଆର୍ଥିକ ବଜେଟ୍‌(ଆୟବ୍ୟୟର ଅଟକଳ) ପାଖାପାଖି ୧ଲକ୍ଷ୨୫ହଜାର କୋଟି ଟଙ୍କା ରହିଛି । ସେଥିମଧ୍ୟରୁ ସ୍ୱାସ୍ଥ୍ୟସେବା ନିମନ୍ତେ ୯ହଜାର୯ଶହ୬୦କୋଟି ରହିଛି ଏବଂ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ୧୩୬୧କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ତେବେ ରାଜ୍ୟ ସରକାର ଏହି ଯୋଜନାରେ ସାମିଲ କରିଥିବା ୯୬ଲକ୍ଷ ପରିବାରର ସାଢେ ୪କୋଟି ସଦସ୍ୟଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଘୋଷଣା କରିଛନ୍ତି । ଯଦି ସାଢେ ୪କୋଟିର ୨ପ୍ରତିଶତ ସଦସ୍ୟ ରୋଗାଗ୍ରସ୍ଥ ହୋଇ ଚିକିତ୍ସିତ ହେବେ ସେମାନଙ୍କ ପିଛା ଅତିକମରେ ହାରାହାରି ୨ଲକ୍ଷ ଟଙ୍କା ଚିକିତ୍ସା ବାବଦରେ ଖର୍ଚ୍ଚ ହୁଏ ତେବେ ହଜାର ପାଖାପାଖି ୨୦ହଜାର କୋଟି ଟଙ୍କା ହେବ ତାହା ସରକାର ରାଜକୋଷରୁ ଭରଣା କରିବେ । ତେବେ ସ୍ୱାସ୍ଥ୍ୟସେବା ନିମନ୍ତେ ୯ହଜାର୯ଶହ୬୦କୋଟି ରହିଛି ଏବଂ ସେଥିରୁ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ୧୩୬୧କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ୍ କାର୍ଡ ପ୍ରଦାନ କରାଯାଇଛି । ବଳକା ଅର୍ଥ କେଉଁଠାରୁ ଆସିବ ରାଜ୍ୟ ସରକାର ତାହା ସ୍ପଷ୍ଟ କରନ୍ତୁ । ରାଜ୍ୟ ସରକାର ପୂର୍ବରୁ ଏଭଳି ଅନେକ ପ୍ରକଳ୍ପ ନିମନ୍ତେ ଯୋଜନା ଘୋଷଣା କରିଛନ୍ତି ସେଗୁଡିକର ସଫଳ ରୂପାୟନ କରିବାରେ ବିଫଳ ହୋଇ ଡଷ୍ଟବିନରେ ପକାଇ ଦେଇଛନ୍ତି । ନିର୍ବାଚନ ପୂର୍ବରୁ ଏଭଳି ଲୋଭନୀୟ ଯୋଜନା ଘୋଷଣା କରି ରାଜ୍ୟବାସୀ ବିଶେଷ କରି ଆଦିବାସୀ ବହୁଳ ଜିଲ୍ଲାଗୁଡିକରେ ରହୁଥିବା ଜନସାଧାରଣଙ୍କୁ ଭୂଆଁ ବୁଲାଉଛନ୍ତି ।ଏହାକୁ ଫେକ୍ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟନାୟକ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଗଜପତି ଜିଲ୍ଲା କଂଗ୍ରେସ ସଧାରଣ ସମ୍ପାଦକ ଅଭିମନ୍ୟୁ ପଣ୍ଡା, ପିସିସି କାର୍ଯ୍ୟକାରିଣୀ ସଦସ୍ୟ ବେର୍ଣ୍ଣିକ ଗମାଙ୍ଗ ଓ ଗୁମ୍ମା ପଞ୍ଚାୟତ ସମିତି ଅଧ୍ୟକ୍ଷା ଗୀତାଞ୍ଜଳୀ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ ।

ଗଜପତି ଜିଲା ଇପିଏ ରୁ ଦିଲୀପ ଶତପଥୀ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.