ସର୍ବଦଳୀୟ ନିଷ୍ପତି କ୍ରମେ କୋଟିଆ ପାଇଁ ପ୍ରାର୍ଥି ପତ୍ର ଦାଖଲ କଲେ ମମତା ଯାନୀ

0 24

କୋରାପୁଟ : ବିବାଦୀୟ କୋଟିଆ କୁ ନେଇ ଓଡିଶା ଓ ଆନ୍ଧ୍ର ସରକାର ଙ୍କ ମଧ୍ୟରେ ଅନେକ ବର୍ଷ ହେବ ବିବାଦ ଲାଗିରହିଛି l ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ସର୍ବଦଳୀୟ ସହମତି କ୍ରମେ ମମତା ଯାନୀ ଜ଼ିଲ୍ଲା ପରିଷଦ ପ୍ରାର୍ଥି ନିମନ୍ତେ ପ୍ରାର୍ଥି ପତ୍ର ଦାଖଲ କରିଛନ୍ତି l ଆଗେ ମାଟି ପରେ ପାର୍ଟି ନାରାବାଜି ଦେଇ ତିନି ପ୍ରମୁଖ ଦଳୀୟ କର୍ମୀ ଆଗେଇ ଆସିଛନ୍ତି l ସର୍ବଦଳୀୟ ପ୍ରାର୍ଥି ପତ୍ର ଦାଖଲ ସମୟରେ କୋରାପୁଟ ବିଜେଡି ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, କୋରାପୁଟ ବିଧାୟକ ରଘୁରାମ ପଡ଼ାଲ, ପଟ୍ଟାଙ୍ଗି ବିଧାୟକ ପ୍ରିତମ ପାଢ଼ୀ, କଂଗ୍ରେସ ଜ଼ିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ବିଜେପି ର ପୂର୍ବତନ ବିଧାୟକ ଜୟରାମ ପାଙ୍ଗି ଉପସ୍ଥିତ ଥିଲେ l ଆଗାମୀ ଦିନରେ କୋଟିଆ ମାଟି ପାଇଁ ଦଳ ଗତ ନିର୍ବିଶେଷରେ ସମସ୍ତେ ଏକ ହେବାକୁ ସର୍ବଦଳୀୟ ରେ ନିଷ୍ପତି କରାଯାଇଛି l

କୋରାପୁଟ ଜିଲ୍ଲା ଇପିଏ ରୁ ଜୟସିଂପୋଡା ସେଠି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.