ସହିଦ ମାନଙ୍କର ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା

0 20

ବାୟୁସେନା ହେଲିକାପ୍ଟର ଦୁର୍ଘଟଣାରେ ସହିଦ ହୋଇଥିବା ସି ଡି ଏସ ବିପିନ ରାୱତ ଓ ତାଙ୍କ ସାଥି ଯବାନ ମାନଙ୍କ ମଧ୍ୟରୁ କୃଷ୍ଣଚନ୍ଦ୍ରପୁର ତାଳଚେରର ଓଡ଼ିଆ ସହିଦ ରାଣା ପ୍ରତାପ ଦାସଙ୍କର ଚିତାଭସ୍ମ ନେଇ ତାଳଚେର ରୁ ପଦ ଯାତ୍ରା କରି ଚିନ୍ମୟ ଦାସ ପୁରୀରେ ପହଞ୍ଚିଛନ୍ତି।

ସହିଦ ମାନଙ୍କର ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିବା ସହିତ ଜଗନ୍ନାଥ ଙ୍କ ନିକଟରେ ତାଙ୍କ ପରିବାରର ମଙ୍ଗଳ ମନାସିଛନ୍ତି। ସହୀଦ ବିପିନ ରାୱତ ଓ ରାଣା ପ୍ରତାପଙ୍କ ଶେଷ ଇଛା ଥିଲା ପୁରୀକୁ ଆସିବା ପାଇଁ। ତେଣୁ ତାଙ୍କ ଇଛା ପୁର୍ଣ୍ଣ କରିବା ପାଇଁ ସେ ଚିତାଭସ୍ମ ଧରି ପୁରୀ ଆସିବା ସହ ସ୍ୱର୍ଗଦ୍ୱାର ସମ୍ମୁଖ ମହୋଦଧିରେ ଚିତାଭସ୍ମକୁ ବିସର୍ଜନ କରିଛନ୍ତି।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.