ସାମ୍ବାଦିକ କଲ୍ୟାଣ ଯୋଜନା ରେ ସାହାଯ୍ୟ ପାଇଲେ ପରିବାର
ଦୁର୍ଘଟଣାରେ ପ୍ରାଣ ହରାଇଥିବା ତତ୍କାଳିନ କନକ ନ୍ୟୁଜ୍ ର ଜିଲ୍ଲା ପ୍ରତିନିଧି ସ୍ବର୍ଗତ ବିଶ୍ୱଜିତ ପୃଷ୍ଟିଙ୍କ ପରିବାରକୁ କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ଯୋଜନାରେ ସରକାର 4 ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଥିବା ଜଣା ପଡିଛି l ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସ୍ବର୍ଗତ ପୃଷ୍ଟିଙ୍କ ପତ୍ନୀଙ୍କ ନାମରେ ତାଙ୍କ ଜମା ଖାତାରେ ଉକ୍ତ ସହାୟତା ରାଶି ଜମା ପାଇଁଁ ସରକାର ନିର୍ଦ୍ଦେଶ ଦେଇଥିବା ଜଣା ପଡିଛି l ସ୍ବର୍ଗତ ପୃଷ୍ଟି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ମାଧପୁର ନିକଟରେ ଏକ ବାଇକ ଦୁର୍ଘଟଣାରେ ପ୍ରାଣ ହରାଇ ଥିଲେ | ସାମ୍ବାଦିକ କଲ୍ୟାଣ ଯୋଜନାରେ ତାଙ୍କ ପରିବାର କୁ ସରକାର ସହାୟତା ରାଶି ମଂଜୁର କରିଥିବାରୁ ବୌଦ୍ଧ ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକ ମାନେ ଖୁସି ବ୍ୟକ୍ତ କରିବା ସହ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି l
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )