ସାମ୍ବାଦିକ ମାନଙ୍କର ସୁରକ୍ଷା ଓ କଲ୍ୟାଣ ପାଇଁ ସ୍ୱତନ୍ତ୍ର ନିତି ପ୍ରଣୟନ ଜରୁରୀ
ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ର ଜିଲ୍ଲା ଅଧିବେଶନ ଓ ନୂତନ କର୍ମକର୍ତା ଚୟନ
ସାମ୍ବାଦିକ ମାନେ ଦେଶ ତଥା ସମାଜ ବ୍ୟବସ୍ଥା ର ଜାଗ୍ରତ ପ୍ରହରୀ । ସେଥିପାଇଁ ଗଣ ମାଧ୍ୟମକୁ ସମ୍ବିଧାନର ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଏ । ତେବେ ସାମ୍ପ୍ରତିକ ସମୟରେ ସାମ୍ବାଦିକ ମାନଙ୍କର ସୁରକ୍ଷା ବ୍ୟବସ୍ଥା ବିପର୍ଣ୍ଣ ହେଉଥିବା ବେଳେ ସାମ୍ବାଦିକ ମାନଙ୍କରଵ ସୁରକ୍ଷା ଓ କଲ୍ୟାଣ ପାଇଁ ସ୍ୱତନ୍ତ୍ର ନିତି ପ୍ରଣୟନର ଆବଶ୍ୟତା ରହିଛି ବୋଲି ଆଜି ପୂର୍ବାହ୍ନରେ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ)ର ମୟୂରଭଞ୍ଜ ଜିଲ୍ଲା ଅଧିବେସନ ଅବସରରେ ମତ ପ୍ରକାଶ ପାଇଛି । ଅଧିବେସନ ରେ ମୁଖ୍ୟ ଅତିଥି ଭାବରେ ବାରିପଦା ଉପଖଣ୍ଡ ପୋଲିସ ଅଧିକାରୀ କେ.କେ. ହରିପ୍ରସାଦ ଯୋଗଦେଇ ସାମ୍ବାଦିକ ମାନେ ହିଁ ଲୋକଙ୍କର ଅସଲ ସମସ୍ୟାକୁ ଲୋକ ଲୋଚନକୁ ଆଣିବା ସହିତ ପ୍ରସାଶନ କୁ ଲୋକଙ୍କର ସମସ୍ୟାର ସମାଧାନ ପାଇଁ ବାଟ ଦେଖାଇଥାନ୍ତି ବୋଲି କହିଥିଲେ । ଓଡିଶା ସାମ୍ବାଦିକ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଶଶି ଭୁଷଣ ପ୍ରହରାଜ ଏହି ଅବସର ରେ ସାମ୍ବାଦିକ ମାନଙ୍କର ବୃତିଗତ ଓ ସାମାଜିକ ସୁରକ୍ଷା ପାଇଁ ସବୁ ସାମ୍ବାଦିକ ସଂଘ ମାନେ ସାମଗ୍ରୀକ ଭାବରେ ଦାବୀ ଉପସ୍ଥାପନ କରିବା ଦରକାର ବୋଲି କହିବା ସହିତ ପ୍ରେସ କାଉଁନସିଲ ଅଫ ଇଣ୍ଡିଆ କେନ୍ଦ୍ର ସରକାରଙ୍କୁ କୋଭିଡ ସମୟରେଚ ସାମ୍ବାଦିକ ମାନଙ୍କୁ କୋଭିଡ ଯୋଦ୍ଧା ଘୋଷଣା କରିବାକୁ ଦେଇ ଥିବା ପ୍ରସ୍ତାବ କୁ ଓଡିଶା ସରକାର ସର୍ବ ପ୍ରଥମେ ପାଳନ କରି ସାମ୍ବାଦିକ ମାନଙ୍କୁ କୋଭିଡ ମୃତ୍ୟୁକାଳୀନ ସହାୟତା ୧୫ ଲକ୍ଷ ସହାୟତା ରାଶି ପ୍ରଦାନ କରୁ ଥିବାରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଓଡିଶା ସାମ୍ବାଦିକ ସଂଘର ରାଜ୍ୟ ସଂଯୋଜକ ବିଶ୍ୱ ରଞ୍ଜନ ପାଣିଗ୍ରାହୀ, ମୟୂରଭଞ୍ଜ ଜିଲ୍ଲା ଶାଖା ସଭାପତି ସୁବାସ ଚନ୍ଦ୍ର ମହାନ୍ତି , ପୂର୍ବତନ ସଭାପତି ମଧୁ ସୁଦନ ନନ୍ଦ ପ୍ରମୁଖ ଯୋଗଦେଇ ନିଜନିଜର ବକ୍ତବ୍ୟ ରଖିଥିଲେ । ରାଜ୍ୟ ଉପସଭାପତି ଦୀପକ କୁମାର ନାୟକ ବୈଠକ ପରିଚାଳନା କରିଥିବା ବେଳେ, ଜିଲ୍ଲା କାର୍ଯ୍ୟକାରଣୀ କମିଟିର କାର୍ଯ୍ୟକାଳ ସରି ଯାଇଥିବାରୁ ଏହି ଅବସରରେ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ମୟୂରଭଞ୍ଜ ଜିଲ୍ଲା ଶାଖାର ନୂତନ କର୍ମକର୍ତା ଚୟନ ହୋଇଯାଇଛି । ନୂତନ କର୍ମକର୍ତା ମାନଙ୍କ ମଧ୍ୟରେ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଭାବରେ ସୁବାସ ଚନ୍ଦ୍ର ମହାନ୍ତି, ସଦଶ୍ୟ ଭାବରେ ଆର୍ଯ୍ୟଭଟ୍ଟ ମହାନ୍ତି, ସୁକାନ୍ତ ଜୀଉ, ବିଦ୍ୟାଧର ପଣ୍ଡିତ, ଜିଲ୍ଲା ସଭାପତି ଭାବରେ ରଞ୍ଜନ କୁମାର ଦାଶ, ଉପସଭାପତି ଭାବରେ ବିଷ୍ଣୁଚରଣ ପୁଥାଳ, ବିନ୍ଦୁସାର ଦାଶ, ଦୋଳଗୋବିନ୍ଦ ବାରିକ, ଜିଲ୍ଲା ସମ୍ପାଦକ ଅଭିଜିତ ମହାନ୍ତି, ଯୁଗ୍ମ ସମ୍ପାଦକ ଚିତ ରଞ୍ଜନ ଜେନା, ମାଣିକ ହେମ୍ବ୍ରମ, ରଞ୍ଜ କୁମାର ମହାନ୍ତି, ପ୍ରିୟ ବ୍ରତ ମିଶ୍ର, କୋଷାଧ୍ୟକ୍ଷ ଭାବରେ ଶ୍ରୀକାନ୍ତ ରାଉତ ଏବଂ କାର୍ଯ୍ୟକାରୀ କମିଟି ସଦଶ୍ୟ ଭାବରେ ସୁବ୍ରତ ପ୍ରଧାନ, ଲକ୍ଷ୍ମଣ କୁମାର ଜେନା, ସନ୍ତୋଷ ବରଜ, ଦେବେନ୍ଦ୍ର ଦାସ, ଅକ୍ଷୟ କୁମାର ମହାନ୍ତି, ବିମଳ କୁମାର ସେନାପତି ପ୍ରମୁଖ ଚୟନ ହୋଇଛନ୍ତି । ଶେଷରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ପ୍ରହରାଜ ନବ ନିଯୁକ୍ତ ଜିଲ୍ଲା କର୍ମକର୍ତା ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ ପୂର୍ବକ ସ୍ୱାଗତ ଜଣାଇଛନ୍ତି । ଆଗକୁ ଜିଲ୍ଲାରେ କାର୍ଯ୍ୟ କାରିଣୀ ବୈଠକ ଡକାଯାଇ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଜଣା ଯାଇଛି । ରୁ ଙ୍କ ରିପୋର୍ଟ ।l
ମୟୁରଭଂଜ ଜିଲ୍ଲା ଇପିଏ ରୁ ମାନଗୋବିନ୍ଦ ପାଣିଗ୍ରାହୀ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )