ସାହିତ୍ୟିକ କବି ବନ୍ଧୁ ପରିବାରର, ଓଡିଶା ତରଫରୁ ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ ତା ୨୯.୦୯.୨୨ ରିଖ ଗୁରୁବାର ସନ୍ଧ୍ୟା ୭.୦୦ ଘଟିକା ସମୟରେ
ଅତି ପରିଚିତ ସାହିତ୍ୟ ଅନୁଷ୍ଠାନ “ସାହିତ୍ୟିକ କବି ବନ୍ଧୁ ପରିବାର”ର ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ନାଏକଙ୍କର ସଭାପତିତ୍ୱରେ , ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଦାସଙ୍କର ପୌରହିତ୍ୟରେ ଆଭାସୀ ମାଧ୍ୟମରେ ଗୀତାମୃତ ଭଳି ପବିତ୍ର ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି ।
ପ୍ରାରମ୍ଭରେ ବଡ଼ଭାଇ ବିଶ୍ବେଶ୍ବର ମାଝୀ ଓମକାର ନାଦଧ୍ବନି ସହ ସମସ୍ତଙ୍କୁ ସୁସ୍ଵାଗତ ଜଣାଇବା ସହ ଶୁଭେଚ୍ଛା ଓ ଅତିଥି ପରିଚୟ ରଖିଥିଲେ ।
ମୁଖ୍ୟ ଅତିଥି ତଥା ବିଶିଷ୍ଟ ପ୍ରବାଚକ,ଆଲୋଚକ ପଣ୍ଡିତ ଶ୍ରୀଯୁକ୍ତ ନିରଞ୍ଜନ ସାହୁ ମହାଭାଗଙ୍କର ଅଷ୍ଟମ ଅଧ୍ୟାୟ ଅକ୍ଷର ବ୍ରହ୍ମ ଯୋଗର ଶେଷ ଦଶଟି ଶ୍ଲୋକର ଦୀକ୍ଷାନ୍ତ ଆଲୋଚନା, ଉଦାହରଣ ମାଧ୍ୟମରେ ତଥା ବକ୍ତବ୍ୟରେ ସମସ୍ତେ ମନ୍ତ୍ରମୁଗ୍ଧ ହୋଇ ଶ୍ରବଣ କରି ପ୍ରୀତ ହୋଇଥିଲେ
ରାମାୟଣ, ବେଦ ଉପନିଷଦ, ମହାଭାରତ ଭଳି ଅନେକ ପ୍ରସଙ୍ଗ ଭିତ୍ତିକ କଥା ଉପରେ ପ୍ରାଞ୍ଜଳ ଭାବରେ ଅନେକ ତତ୍ତ୍ବପୂର୍ଣ୍ଣ ଓ ତଥ୍ୟଭିତ୍ତିକ ପ୍ରସଙ୍ଗ ଉତ୍ଥାପନ କରିଥିଲେ ପଣ୍ଡିତ ଶ୍ରୀଯୁକ୍ତ ନିରଞ୍ଜନ ସାହୁ ମହାଭାଗ ।
ଗବେଷକ ଶ୍ରୀଯୁକ୍ତ ନିରଞ୍ଜନ ସାହୁଙ୍କର ବକ୍ତବ୍ୟ ସରଳ,ସାବଲୀଳ, ଅତି ଉପାଦେୟ ତଥା ଉଚ୍ଚକୋଟୀର ବୋଲି ଉପସ୍ଥିତ ଶ୍ରଦ୍ଧାଳୁ ତଥା ସତସଙ୍ଗୀ ବନ୍ଧୁମାନେ ଭକ୍ତି ଗଦଗଦ ହୋଇ ମନ୍ତବ୍ୟ ଦେଇଥିଲେ ।
ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୩୫ ରୁ ଉର୍ଦ୍ଧ୍ବ ସତସଙ୍ଗୀ ଗୀତା ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
ଶେଷରେ ସଭାପତିଙ୍କ ଅନୁମୋଦନ କ୍ରମେ ଶ୍ରୀମତୀ ଗୀତାଞ୍ଜଳି ପୃଷ୍ଟି ମହୋଦୟା ଧନ୍ୟବାଦ ଓ ଶ୍ରୀଯୁକ୍ତ ରତିନାରାୟଣ ରାଉତ ଶାନ୍ତିପାଠ କରିବା ସହ ଗୀତାମୃତ କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ ।
ସୁବର୍ଣ୍ଣପୁର ଓ ବୌଦ୍ଧ ଇପିଏରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇଷ୍ଟର୍ଣ୍ଣ ପ୍ରେସ ଏଜେନସି ( ଇପିଏ ନିଉଜ )