ସୁବର୍ଣ୍ଣପୁର ଜିଲ୍ଲାରେ ଜୌତୁକ ଜନିତ ବଧୁହତ୍ୟା ଅଭିଯୋଗ
ସୁବର୍ଣ୍ଣପୁର : ସୋନପୁର ଥାନା ପଟାଭାଡିର ଶଙ୍କର ମେହେରଙ୍କ ସ୍ତ୍ରୀ ବନିତା ମେହେରଙ୍କ ଗତ ରାତିରେ ସନ୍ଦେହ ଜନକଭାବେ ମୃତ୍ୟୁ ହୋଇଥିଲା । ଶାଶୁ ଘର ଲୋକ ବନିତାଙ୍କୁ ଡାକ୍ତରଖାନକୁ ଆଣିଥିବାବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ । ପରେ ବନିତାଙ୍କ ମାଁ ଘର ଲୋକଙ୍କୁ ଫୋନ କରି କହିଲେ ଯେ ତମ ଝିଅ ଆତ୍ମହତ୍ୟା କରିଛି ତୁରନ୍ତ ଆସ । ପରିବାର ଲୋକ ଆସିବା ବେଳେକୁ ତାଙ୍କୁ ଶବ ସଂରକ୍ଷଣ ଗୃହରେ ଭର୍ତି କରାଯାଇ ଥିଲା । ଘଟଣା ବାବଦରେ ପରିବାର ଲୋକ ପଚାରିବାରୁ ତାଙ୍କୁ କିଛି କହି ନଥିଲେ । ଏନେଇ ବନିତାଙ୍କ ପରିବାର ଲୋକ ସୋନପୁର ଥାନାରେ ଲିଖିତ ଅଭୀଯୋଗ କରିଛନ୍ତି । ବନିତାଙ୍କୁ ବିଭିନ୍ନ ସମୟରେ ଜୌତୁକ ପାଇଁ ନିର୍ଯ୍ୟାତନା ଦେଉଥିବାବେଳେ ତାଙ୍କ ଜ୍ୱାଇଁ ବିଭୀନ୍ନ ସମୟରେ ଟଙ୍କା ମାଗୁଥିବା ଅଭିଯୋଗ କରିଛନ୍ତି ମୃତ ବନିତାଙ୍କ ଭାଇ । ଦୋଷି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଆମକୁ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି । ଏନେଇ ସୋନପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )