ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ନିରଞ୍ଜନ ପୁଝାରୀ ଙ୍କ କୁଶ ପୁତ୍ତଳିକା ଦାହ
ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ନିରଞ୍ଜନ ପୁଝାରୀ ଙ୍କ କୁଶ ପୁତ୍ତଳିକା ଦାହ ଓ ମହିଳା କଂଗ୍ରେସ ପକ୍ଷରୁ ଜ଼ିଲ୍ଲା ପୋଲିସ ଅଫିସ ଆଗରେ ଧାରଣାl l
ସୁବର୍ଣ୍ଣପୁର ଠାରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମହାଳିଙ୍ଗ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ଙ୍କୁ ତାଙ୍କର ସ୍କୁଲମାଲିକ ଗୋବିନ୍ଦ ସାହୁ ଅପହରଣ ଓ ଜୀବନ୍ତ ଜାଳିଦେବା ଭଳି ହତ୍ୟା ଘଟଣା ରେ ସମ୍ପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ନିରଞ୍ଜନ ପୁଝାରୀ ଙ୍କ ବହିଷ୍କାର ଦାବି ଜୋର ଧରିଛି l ଏହାର ପ୍ରତିବାଦରେ ଗତ କାଲି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ଗୌରୀଶ୍ୟାମ ପଣ୍ଡା ଙ୍କ ନେତୃତ୍ୱ ରେ ସୋନପୁର ବିଜୁପଟ୍ଟନାୟକ ଛକ ଠାରେ ମନ୍ତ୍ରୀ ଦ୍ବୟ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିବା ବେଳେ ଗୁରୁବାର ଦିନ ଜ଼ିଲ୍ଲା ପୋଲିସ ଅଫିସ ଆଗରେ ମହିଳା କଂଗ୍ରେସ ପକ୍ଷରୁ ଧାରଣl ଓ ପ୍ରତିବାଦ କରଯାଇଁ ରାଜ୍ୟପାଳ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ ll ଏଥିରେ ଜିତେନ୍ଦ୍ର ପଟ୍ଟନାୟକ, ପୂର୍ବତନ ବିଧାୟକ ବିନୋଦ ପାତ୍ର, ବରୁଣ ସୁନା, ସୁଧୀର ପଣ୍ଡା, ମାଧବ କୁମ୍ଭାର, ଶେଷଦେବ ମେହେର, ସୂର୍ଯ୍ୟକାନ୍ତି ବାଘ, ସତ୍ୟଭାମା ମେହେର, ପ୍ରଦୀପ ସେଠୀ ପ୍ରମୁଖ 50 ରୁ ଉର୍ଧ୍ଵ ନେତା ଓ ନେତ୍ରୀ ଯୋଗଦେଇଥିଲେ
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )