ସୁବର୍ଣ୍ଣପୁର ଜିଲ୍ଲା ରେ ହାତୀ ଉପଦ୍ରଵ
ସୁବର୍ଣ୍ଣପୁର : ସବୁ ବର୍ଷ ଭଳି ଠିକ୍ ଚାଷ ସମୟରେ ଦେଖାଦେଲାଣି ହାତୀ ଉପଦ୍ରବ । ଫସଲ ଖାଇବାକୁ ଜଂଗଲ ଛାଡି ଗାଁକୁ ମୁହାଁଇଲେଣି ହାତୀପଲ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଂଜ ଅନ୍ତର୍ଗତ ହିକୁଡି ଗାଁରେ ଆଜି ଦେଖିବାକୁ ମିଳିଛି ଏଭଳି ଘଟଣା । ଗତକାଲି ରାତିରେ ହାତୀପଲ ଗାଁକୁ ଆସି ଗାଁର ଅନେକ ଧାନବିଲ ଦଳିଚକଟି ନଷ୍ଟ କରିଦେଇଛନ୍ତି । ସକାଳ ହୋଇଯିବାରୁ ହାତୀପଲ ଫେରିନପାରି ଗାଁ ମୁଣ୍ଡରେରେ ରହିଯାଇଛନ୍ତି । ହାତୀପଲରେ ୪ଟି ବଡ ହାତୀ ଏବଂ ଦୁଇଟି ହାତୀଛୁଆ ଥିବା ଜଣାଯାଇଛି । ଖବର ପାଇ ଉଲୁଣ୍ଡା ବନ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ହିକୁଡିକୁ ପହଂଚିଛନ୍ତି । ତେବେ ଗାଁ ମୁଣ୍ଡରେ ହାତୀପଲ ଦେଖି ଭୟଭିତ ଅଛନ୍ତି ସ୍ଥାନୀୟ ଲୋକେ । ସେପଟେ ହାତୀପଲ କିଭଳି ଲୋକଙ୍କ ଧନଜୀବନ ନଷ୍ଟ ନକରିବେ ଏବଂ ହାତୀପଲକୁ କିଭଳି ସୁରକ୍ଷିତ ଭାବେ ଜଂଗଲକୁ ଫେରାଇନିଆଯିବ ସନେଇ ବନ ବିଭାଗ ଚେଷ୍ଟା ଜାରି ରଖିଥିବା ବନ ବିଭାଗର ଅଧିକାରୀ ସୂଚନା ଦେଇଚନ୍ତି ।
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )