ସୁବର୍ଣ୍ଣପୁର ପୌର ପ୍ରଶାସନ ର ନୂତନ କାଓ କେଚର ଭାଇକିଲ ର ଶୁଭ ଉଦଘାଟନ କଲେ ପୌର ଅଧିକାରୀ ଓ ସମାଜସେବୀ

0 18

ଏଣିକି ଗାଈ ଧରିବାକୁ ସହାୟକ ହେବ ନୂତନ ଯନ୍ତ୍ର ପାତି

ସୁବର୍ଣ୍ଣପୁର ସହର ରେ ପୌର ପରିଷଦ ର ନୂତନ କେଟେଲ କେଚର ଭାଇକିଲ ର ଶୁଭ ଉଦଘାଟନ ହୋଇ ଯାଇଛି l ପୌର ପରିଷଦ ଅଫିସ ରେ ଆଜି ସନ୍ଧ୍ୟା 6 ଟା ରେ ଏହି ଗାଈ ଧରା ନୂତନ ମେସିନ ଓ ଯନ୍ତ୍ର ପାତି କୁ ପୂଜା କରି ଉଦଘାଟନ କଲେ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶୁଭ୍ରାଂଶୁ ରୁଟ ଓ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ l ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଙ୍କ ନିର୍ଦ୍ଧେଶ କ୍ରମେ ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀ ଙ୍କ ମନ୍ଦିର ଶମ୍ବୁଖ ରୁ ଏହି ନୁଆଁ ମେସିନ ସାହାଯ୍ୟ ରେ ପୌର ପରିଷଦ ର କର୍ମଚାରୀ, ସୁଇପର ଓ କିଛି ସ୍ବେଛାସେବୀ ମାନଙ୍କ ଦ୍ୱାରା ଗାଈ ଧରିବା ଅଭିଯାନ କୁ ଶୁଭାରମ୍ଭ କରାଯାଇଥିବା ବେଳେ ପ୍ରଥମେ ଛଅ ଗୋଟି ଗାଈ ଙ୍କୁ କାଞ୍ଜି ହାଉସ କୁ ନିଆଯାଇଛି l କୋଲପଡା କାଞ୍ଜି ହାଉସ ରେ ଆହୁରି ଅଧିକ କାଓ ସେଡ ର ସମ୍ପ୍ରସାରଣ ସାଙ୍ଗେ ସାଙ୍ଗେ ପର୍ଯ୍ୟାୟ କ୍ରମେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅଭିଯାନ ଚାଲୁ ରହିବ ବୋଲି ପୌର ଅଧିକାରୀ ଙ୍କ ଠାରୁ ସୂଚନା ମିଳିଛି l ଏବଂ ସହର ତଥା ଜ଼ିଲ୍ଲା ରେ ନିର୍ମାଣ ହେବାକୁ ଥିବା ନୂତନ କାଞ୍ଜି ହାଉସ ସବୁ ପାଇଁ ମଧ୍ୟ ଜ଼ିଲ୍ଲା ପ୍ରଶାସନ ତପ୍ତରତା ର ସହ ପ୍ରସ୍ତୁତି ଜାରି ରଖିଛି ବୋଲି ଖବର ମିଳିଛି l ଆଜିର ଏ ଅଭିଯାନ କୁ ପୌର ପରିଷଦ ର ସୂଚନା ଅଧିକାରୀ ଶିବ ରାମ ସାହୁ ସଂଯୋଜନା କରିଥିବା ବେଳେ ସାନିଟାରୀ ଇନ୍ସପେକ୍ଟର କୈଳାଶ ଚନ୍ଦ୍ର ପାତ୍ର ଙ୍କ ତତ୍ୱାବଧାନ ରେ ସାନିଟାରୀ ଏକ୍ସପର୍ଟ ହରିହର ଭୋଇ, ସ୍ୱଚ୍ଛ ସାଥି ହରି ଚୌଧୀରି, ଓ ସ୍ୱଚ୍ଛ ଭାରତ କର୍ମକର୍ତା ବିନୋଦ ମେହେର, ପ୍ରମୋଦ କୁମାର ସାହୁ, ଅଭିମନ୍ୟୁ କୁଶଳ, ମନୋରଞ୍ଜନ ତ୍ରିପାଠୀ, ଲଡ଼ୁକିଶୋର ମଲ୍ଲିକ, ମନୋଜ ପଣ୍ଡା, ପ୍ରଫୁଲ୍ଲ ନାଏକ, ଦୁର୍ଯ୍ୟନି ସାହୁ ପ୍ରମୁଖ ଅନେକ ସ୍ବେଛାସେବୀ ସକ୍ରିୟ ସାମିଲ ଥିଲେ l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.