ସୁବର୍ଣ୍ଣପୁର ରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ -ସଚେତନତା ପାଇଁ ସ୍ୱତନ୍ତ୍ର ଗ୍ରାମ ସଭା ସଚେତନତl ସଭା
ସେଣ୍ଟ୍ରାଲ ଭିଜିଲାନ୍ସ କମିଶନର ଙ୍କ ନିର୍ଦେଶରେ ଦୁର୍ନୀତି ନିବାରଣ ସପ୍ତାହ ଚଳିତ ବର୍ଷ ଅକ୍ଟୋବର 26 ରୁ ନଭେମ୍ବର 1 ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି l ଏହି ପରିପ୍ରେକ୍ଷୀରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ,ଓ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ, ତରଫରୁ ଦୁର୍ନୀତି ନିବାରଣ ସଚେତନତା ନିମନ୍ତେ ଗ୍ରାମସଭା ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି l ଏହି ସଚେତନତା ସଭା ଦ୍ୱାରା ଗ୍ରାମ ସ୍ତରରେ ଜନସାଧାରଣ କିପରି ଭାବରେ ଦୁର୍ନୀତିର ମୁକାବିଳା କରିପାରିବେ ତାହା ଉପରେ ବିଷଦ ଆଲୋଚନା କରାଯାଇଥିଲା l ଏହି ଗ୍ରାମସଭା ରେ ରେ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମକର୍ତ୍ତା ତଥା ଦୁର୍ନୀତି ନିବାରଣ ବିଭାଗର ଆରକ୍ଷୀ ନିରୀକ୍ଷକ ଶ୍ରୀ ତୁଷାର କାନ୍ତ ମହାପାତ୍ର, ଆନନ୍ଦ ଚନ୍ଦ୍ର ମିଶ୍ର ଏ ବି ଡ଼ି ଓ, ସୁଧୀର କୁମାର କର୍ଣ, ପି ଇ ଓ, ଏବଂ ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ l ଦିବସ ପାଳନ ପରିପ୍ରେକ୍ଷୀରେ ଆଜି ଜିଲ୍ଲାର ବିଭିନ୍ନ ବ୍ଲକ ରେ ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗ ର ମିଳିତ ଆନୁକୂଲ୍ୟରେ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଗ୍ରାମସଭା ମାନ ଅନୁଷ୍ଠିତ କରାଯାଇ ଜନସାଧାରଣଙ୍କୁ ସଚେତନତା କରାଯାଉଛି lଏହି କ୍ରମରେ ଆଜି ଡୁଙ୍ଗୁରିପାଲି ବ୍ଲକ ର ସମଲେଇଚୁଁଆ ଗ୍ରାମ ପଞ୍ଚାୟତ ଠାରେ ଗ୍ରାମ ସଭା ଅନୁଷ୍ଠିତ କରାଯାଇଛି l
ସୁବର୍ଣ୍ଣପୁର ଇପିଏରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )