ଶ୍ରୀ ଜଗନ୍ନାଥ ଙ୍କ ନାଗାର୍ଜୁନ ବେଶ ପାଈଁ ପାତାଳୀ ଶ୍ରୀ କ୍ଷେତ୍ର ରୁ ପୁରୀ ଶ୍ରୀ କ୍ଷେତ୍ର କୁ ଯାତ୍ରା କରୁଥିବା ଫୁଲ ଓ ତୁଳସୀ ରଥ କୁ ଆଜି ଅକାଳେ ସୁବର୍ଣ୍ଣପୁର ଜ଼ିଲ୍ଲା ବିନିକା ଜଗନ୍ନାଥ ମନ୍ଦିର ଓ ସହର, ସୋନପୁର ବ୍ଲକ ଛକ, ଦଧିବାମନ ମନ୍ଦିର, ଜଗନ୍ନାଥ ମନ୍ଦିର, ଶ୍ରୀ ଗୁଣ୍ଡିଚାମନ୍ଦିର, ଓ ବସଷ୍ଟାଣ୍ଡ ପଞ୍ଚରଥ ମନ୍ଦିର ଶମ୍ବୁଖରେ ଶ୍ରୀ ରାମ ଚରିତ କମିଟି ସଦସ୍ୟ ଓ ହଜାର ହଜାର ଜଗନ୍ନାଥ ପ୍ରେମୀ ଭକ୍ତ ଶ୍ରଦ୍ଧାଳୁ ଙ୍କ ଦ୍ୱାରା ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ହରିବୋଲ ହୁଳହୁଳି ଘଣ୍ଟ ଶଙ୍ଖ ବାଦ୍ୟ ରେ ଆଜି ସହର ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଯାଇଥିଲା l ବିନିକା ଓ ସୁବର୍ଣ୍ଣପୁର ସହର ପରିକ୍ରମା ବେଳେ ପ୍ରତ୍ୟେକ ସାହି ଓ ଛକ ମାନଙ୍କ ରେ ଶହ ଶହ ମହିଳା ଭକ୍ତ ତୁଳସୀ, ଫୁଲ, ଧୂପ, ଦୀପ ଅର୍ପଣ କରି ଅନେକ ଭକ୍ତ ରଥ ରେ କିଛି କିଛି ଦକ୍ଷିଣା ମଧ୍ୟ ପ୍ରଦାନ କରିଥିଲେ l ଏ ରାଲି ରେ ଶ୍ରୀ ରାମ ଚରିତ କମିଟି ସହିତ ଜ଼ିଲ୍ଲା ର ଅନେକ ସାମାଜିକ ଅନୁଷ୍ଠାନ ସହଯୋଗ କରିଥିବା ବେଳେ ଜ଼ିଲ୍ଲା ପ୍ରଶାସନ ର ସଂସୃତି ବିଭାଗ, ଦେବୋତ୍ତର ବିଭାଗ କିମ୍ବା ପୋଲିସ ପ୍ରଶାସନ ର କୌଣସି ଜଣେ ମଧ୍ୟ ଅଧିକାରୀ କର୍ମଚାରୀ ରଥ ପରିକ୍ରମା ରାଲି ଶୃଙ୍ଖଳା ଦାଇତ୍ୱ ରେ ଓ ରଥ ଦର୍ଶନ ରେ କୌଣସି ଜାଗାରେ ଦେଖା ଦେଇ ନ ଥିବାରୁ ସହର ତଥା ଜ଼ିଲ୍ଲା ର ଜଗନ୍ନାଥ ପ୍ରେମୀ, ସଂସୃତି ପ୍ରେମୀ, ଓ ବୁଦ୍ଧିଜୀବୀ କ୍ଷୋଭ ପ୍ରକାଶ କରିବା ସହିତ ସମାଲୋଚନା କରିଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )