ସୁରାଟ ସଡକ ଦୁର୍ଘଟଣା ରେ ଚିରିକିପଡା ଶାସନ ଗ୍ରାମର ତିନି ଜଣଙ୍କ ମୃତ୍ୟୁ
ପୋଲସରା : ଗୁଜରାଟ ର ସୁରାଟ ସହର ରେ ପୃଥକ ପୃଥକ ସଡକ ଦୁର୍ଘଟଣା ରେ ପୋଲସରା ବ୍ଳକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମ ର ତିନି ଜଣ ଯୁବକ ଙ୍କ ମୃତ୍ୟୁ ଘଟିଥିବା ଜଣା ପଡିଛି। ମିଳିଥିବା ସୂଚନା ଅନୁଯାୟୀ ପୋଲସରା ବ୍ଳକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମ ର ଘୋଡ଼ା ସାହି ନିବାସୀ ରମା ଜେନା ନିଜର ଦୁଇ ପୁଅ ଟୁକୁନା ଜେନା ଓ ସିଲୁ ଜେନା ସହିତ ଗତ ମାସ ୧୦ ତାରିଖ ଦିନ ଗୁଜରାଟ ର ସୁରାଟ ସହର କୁ ଯାଇଥିଲେ। ସେଠାରେ ପ୍ରିୟ ଏକ ମାସ ରହିବା ପରେ ମଙ୍ଗଳବାର ଦିନ ନିଜ ଗ୍ରାମ କୁ ଫେରିବା ପାଇଁ ଗୋଟିଏ ଅଟୋରିକ୍ସା ରେ ଦୁଇ ପୁଅ ସହିତ ରେଳ ଷ୍ଟେସନ କୁ ଆସିବା ସମୟରେ ରାସ୍ତା ଦୁର୍ଘଟଣା ର ସମ୍ମୁଖୀନ ହୋଇଥିଲେ। ଫଳରେ ଘଟଣା ସ୍ଥଳ ରେ ବଡ ପୁଅ ଟୁକୁନା (୩୫ ବର୍ଷ) ଘଟଣା ସ୍ଥଳ ରେ ମୃତ୍ୟୁ ହୋଇଯାଇଥିବା ବେଳେ ସାନ ପୁଅ ସିଲୁ ଜେନା (୩୦ ବର୍ଷ) ର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇ ଯାଇଛି। ଦୁଇ ରୋଜଗାରିଆ ପୁଅ ଙ୍କ ଆକସ୍ମିକ ମୃତ୍ୟୁ ପରେ ଦୁଇଟି ପରିବାର ସମ୍ପୂର୍ଣ୍ଣ ନିସ୍ୱ ହୋଇ ଯାଇଛନ୍ତି।ସେହି ପରି ଚିରିକିପଡା ଶାସନ ଗ୍ରାମ ର କଣିତୋଟା ସାହି ବାସିନ୍ଦା ସନ୍ତୋଷ ବେହେରା ( ୪୦ ବର୍ଷ) ଚଳିତ ମାସ ୧୦ ତାରିଖ ଦିନ ସୁରାଟ ରୁ ନିଜ ଗ୍ରାମ କୁ ଆସିବା ପାଇଁ ଅଟୋରିକ୍ସା ରେ ଷ୍ଟେସନ କୁ ଯିବା ସମୟ ରେ ତାଙ୍କର ମଧ୍ୟ ସଡକ ଦୁର୍ଘଟଣା ରେ ମୃତ୍ୟୁ ହୋଇ ଯାଇଛି। ତିନିଟି ଯାକ ପରିବାର ଅତ୍ୟନ୍ତ ଗରିବ ହୋଇ ଥିବାରୁ ବର୍ତ୍ତମାନ ସେମାନଙ୍କ ଅନ୍ତେ ପରିବାର ଚଳିବା ଅତ୍ୟନ୍ତ କଷ୍ଟ କର ହୋଇ ପଡିବ। ଏଣୁ ଉଭୟ ଗୁଜୁରାଟ ଓ ଓଡିଶା ସରକାର ସେମାନଙ୍କ ପରିବାର କୁ ଯଥେଷ୍ଟ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମ ବାସି ଦାବି କରିଛନ୍ତି।
ପୋଲସରା (ଗଞ୍ଜାମ) ଇପିଏ ରୁ ଅକ୍ଷାନ୍ତ କୁମାର ମିଶ୍ର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )