ଦାଇତ୍ୱ ଓ କର୍ତ୍ତବ୍ୟ ଉପରେ ଗୁରୁତ୍ୱ ଦେବାକୁ ଶିକ୍ଷାର୍ଥୀ ଙ୍କୁ ପରାମର୍ଶ
ସୁବର୍ଣ୍ଣପୁର : ସୋନପୁର କଲେଜରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ( ଏନସିସି ) ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଏନସିସି ପତାକା ଉତ୍ତୋଳନ କରାଯିବା ପରେ ଏନସିସି ସଂଗୀତ ଗାନ କରାଯାଇଥିଲା l ଏଥିରେ ମୁଖ୍ୟଅତିଥି ଭାବରେ କଲେଜ ଅଧ୍ୟକ୍ଷ ପ୍ରଫେସର ରାଜୀବ ଲୋଚନ ଆଚାର୍ଯ୍ୟ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ରାଜନୀତି ବିଜ୍ଞାନ ଅଧ୍ୟାପକ ଅନନ୍ତ ନାରାୟଣ ଦାସ ଯୋଗ ଦେଇ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରି କ୍ୟାଡେଟମାନେ ଏଥିରୁ କେବେବି ବିଚ୍ୟୁତ ହେବା ଅନୁଚିତ ବୋଲି ମତପ୍ରକାଶ କରିଥିଲେ l ଏପରିକି ସର୍ବଦା ସେବା ମନୋଭାବ ରଖି ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ l ଜଗତ ଜୀବନ ପଧାନ, ଆଲୋକ ମଲ୍ଲିକ, ଅନିଲ ଦନାୟକ, ସଚିନ ମେହେର, ପଦ୍ମାବତୀ ସାହୁ, ନିରାମୟ ବଗର୍ତ୍ତୀ, ଦକ୍ଷ ମହାକୁଡ଼, ଅଙ୍କିତା ନାଏକ, ଦୂଷିକା ପଧାନ, ପୂର୍ଣ୍ଣମା ସୁନା ପ୍ରମୁଖଙ୍କ ସହ ସମସ୍ତ କ୍ୟାଡେଟ ସାମିଲ ହୋଇଥିଲେ l ଶେଷରେ ଏନସିସି ଏଏନଏସ ଆଶିଷ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ l
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )