ସୋନପୁର ମହାବିଦ୍ୟାଳୟ ରେ ବିଶ୍ୱ ଅଣୁଜୀବ ନିରୋଧି ସଚେତନତା ସପ୍ତାହ ପାଳନ

0 3

ସୁବର୍ଣ୍ଣପୁର : ସୋନପୁର ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ମାଇକ୍ରୋବା ୟୋଲୋଜିଷ୍ଟ ସୋସାଇଟି ଅଫ ଇଣ୍ଡିଆ ( MSI ) ୟୁନିଟ ତରଫରୁ ବିଶ୍ୱ ଅଣୁଜାନ ନିରୋଧି ସଚେତନତା ସପ୍ତାହ ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରାଜୀବ ଲୋଚନ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଦୂର ସଂଚାର ମାଧ୍ୟମରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଏଥିରେ ମହାବିଦ୍ୟାଳୟ ର ମାଇକ୍ରୋଵୟୋଲୋଜିଷ୍ଟ ସୋସାଇଟି ର ସଂଯୋଜକ ଡକ୍ଟର କମଲ ହରିପାଳ ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ଏ ସପ୍ତାହ ପାଳନ ର ଉଦ୍ଦେଶ୍ୟ ସମ୍ପର୍କ ରେ ସୂଚନା ପ୍ରଦାନ କରିଥିଲେ l ମୁଖ୍ୟ ବକ୍ତା ଭାବରେ ରାଜ୍ୟ ସଭାପତି ପ୍ରଫେସର ନିରଞ୍ଜନ ବେହେରା ଅଣୁଜୀବ ସମ୍ବନ୍ଧୀୟ ତାତ୍ତ୍ୱିକ ଆଲୋଚନା କରିଥିଲେ l ଏ ସମ୍ବନ୍ଧୀୟ ପ୍ରବନ୍ଧ ପ୍ରତିଯୋଗିତାରେ କୃତ୍ତିତ୍ୱ ଅର୍ଜ୍ଜନ କରିଥିବା ଶୁଚିସ୍ମିତା ମେହେର, କୃପାସିନ୍ଧୁ ବେସେରା ଓ ସିମରନ ପଟ୍ଟନାୟକ ଛାତ୍ର ଛାତ୍ରୀ ମାନଙ୍କ ସହ ଅନେକ ଅଧ୍ୟାପକ, ଅଧ୍ୟାପିକା ମାନେ ଯୋଗ ଦେଇଥିଲେ l ଶେଷରେ ଉଦ୍ଭିଦବିଜ୍ଞାନ ର ଅଧ୍ୟାପକ ଶ୍ରୀଯୁକ୍ତ ଅରବିନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.